ପଡ଼ୋଶୀ ଝାଡ଼ଖଣ୍ଡରେ ଝଲସିଲେ ଓଡ଼ିଆ ଅଭିନେତା: କରୋନା କାଳରେ ପ୍ରବାସୀଙ୍କୁ ଦେଇଥିବା ସହାୟତା ପାଇଁ ରାଂଚିରେ ସବ୍ୟସାଚୀଙ୍କୁ ନେଇ କଳା ପ୍ରଦର୍ଶନୀ

ଆୟୋଜକ କହିଲେ, ସବ୍ୟସାଚୀଙ୍କୁ ସମସ୍ତେ ଜାଣିବା ଜରୁରୀ

73

କନକ ବ୍ୟୁରୋ: କରୋନା କାଳରେ ପ୍ରବାସୀ ଶ୍ରମିକ ଓ ରାଜ୍ୟ ବାହାରେ ଫଶି ରହିଥିବା ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବାରେ ସହଯୋଗ କରିଥିବା ଅଭିନେତା ସବ୍ୟସାଚୀଙ୍କ ସମ୍ମାନ ଉର୍ଦ୍ଦେଶରେ କଳା ପ୍ରଦର୍ଶନୀ । ଝାଡ଼ଖଣ୍ଡର ରାଂଚିରେ ଥିବା ହୋଟେଲ ରେନ୍ଡିଉରେ ଏଭଳି ଏକ ଭିନ୍ନ ଧରଣର କଳାପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହି ଚିତ୍ରଶିଳ୍ପୀମାନେ ପରିବା ଓ ଫଳରେ ସବ୍ୟସାଚୀଙ୍କ ଫଟୋ ଚିତ୍ର ଆଙ୍କି, ତାଙ୍କୁ ସମ୍ମାନ ଜଣାଇଥିଲେ । ଆୟୋଜନକଙ୍କ କହିବାର କଥା ହେଲା, ସବ୍ୟସାଚୀ ହେଉଛନ୍ତି ରିୟଲ ହିରୋ । ଓଡ଼ିଶାରେ ତାଙ୍କୁ ସମସ୍ତେ ଜାଣନ୍ତି । ଏବଂ ଏଭଳି ଜଣେ ଅଭିନେତା ଓ ସମାଜସେବୀଙ୍କୁ ଝାଡ଼ଖଣ୍ଡର ଲୋକ ବି ଜାଣିବା ଜରୁରୀ ବୋଲି ଆୟୋଜକ କହିଛନ୍ତି ।