ପୁଣି ଜଣେ ବେସାହାରାଙ୍କ ସାହାରା ସାଜିଲେ ସବ୍ୟସାଚୀ: ତାଲାବନ୍ଦ ଯୋଗୁଁ ପିଲାଛୁଆଙ୍କ କଥା ଚିନ୍ତା କରି ମାନସିକ ଭାରସାମ୍ୟ ହରାଇଥିବା ବଲାଙ୍ଗୀର ବ୍ୟକ୍ତିଙ୍କୁ ବଢ଼ାଇଲେ ସହାୟତାର ହାତ

କହିଲେ, ହାଡୁର କରିବେ ଚିକିତ୍ସା, ବୁଝିବେ ପିଲାଙ୍କ ପାଠପଢ଼ା

720

କନକ ବ୍ୟୁରୋ: ପେଟପାଟଣା ପାଇଁ ପିଲାଛୁଆ ଛାଡି ସୁଦୂର ଗୁଜୁରାଟ ଚାଲିଯାଇଥିଲେ । ହେଲେ ମହାମାରୀ କରୋନା ଯୋଗୁଁ କମ୍ପାନୀ ବନ୍ଦ ହୋଇଗଲା, ଆଉ ତା ସହ ହାତକୁ ଆସୁଥିବା ଟଙ୍କା ବି ବନ୍ଦ ହୋଇଗଲା । ତାଲାବନ୍ଦ ଯୋଗୁଁ ଘରକୁ ଫେରି ପାରିଲେ ନା’ ଘରକୁ ଟଙ୍କା ଫେରାଇ ପାରିଲେ । ଆଉ ଘରେ ଥିବା ପିଲାଛୁଆଁଙ୍କ କଥା ଭାବି ଭାବି ମାନସିକ ଭାରସାମ୍ୟ ହରାଇ ଦେଲେ । ପାଗଳ ଭଳି ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାରୁ ଘୁରି ବୁଲିଲେ । ଏଭଳି ସ୍ଥିତିରେ ତାଙ୍କ ସାଥୀରେ ଥିବା କିଛି ସମ୍ପର୍କୀୟ ଏବଂ ସାଥୀମାନେ ତାଙ୍କୁ ଘର ଭିତରେ ତାଲା ବନ୍ଦ କରିଛନ୍ତି । ଆଉ ଏଭଳି ସ୍ଥିତିରେ ସେ ଠିକ୍ ସେ ଖାଉଛନ୍ତି ନା କଣ କରିବେ ଚିନ୍ତା କରିପାରୁଛନ୍ତି ।

ଆଉ ଏଭଳି ସ୍ଥିତରେ ସୁଦୂର ଗୁଜୁରାଟର ମୁରବି ସହରର ଏକ ପରିତକ୍ୟ ଘରେ ପଡ଼ି ରହିଛନ୍ତି ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ୍ର ଗୁଡ଼ାବାହାଲ ଅଂଚଳ ହାଡୁ କୁମାର । ସାଥିରେ ଅଛନ୍ତି ତାଙ୍କ ସମ୍ପର୍କୀୟ ଭଣଜା ନିଳକଣ୍ଠ ମହାନନ୍ଦ । ନିଳକଣ୍ଠ କ’ଣ କରିବେ କିଛି ଭାବି ପାରୁନଥିବା ବେଳେ ସହାୟତାର ହାତ ବଢ଼ାଇଛନ୍ତି ରିୟଲ୍ ହିରୋ ସବ୍ୟସାଚୀ । ନିଳକଣ୍ଠଙ୍କ ସହ ଭିଡିଓ କଲ୍ ଯୋଗେ କଥା ବାର୍ତା କରି ହାଡୁଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ଅଂଟା ଭିଡିଛନ୍ତି । କେବଳ ସେତିକି ନୁହେଁ ହାଡୁଙ୍କ ଚିକିତ୍ସା ପାଇଁ ରାଂଚି ନେଇଯିବା ପାଇଁ ବ୍ୟବସ୍ଥା କରିଛନ୍ତି । ଆଉ ହାଡୁଙ୍କ ପିଲାଙ୍କ ପାଠପଢ଼ା ଦାୟିତ୍ୱ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।