ସବ୍ୟ ଥିଲେ ଶୀତରେ ଥରିବେନି ଅସହାୟ । ହାଡଭଙ୍ଗା ଶୀତରେ ବେସାହାରା ଲୋକଙ୍କୁ କମ୍ବଳ ବାଣ୍ଟିଲେ ସବ୍ୟସାଚୀ । ଭିଡିଓ କଲରେ ବୁଝିଲେ ଭଲ ମନ୍ଦ
କନକ ବ୍ୟୁରୋ : ସବ୍ୟସାଚୀ, ଏହି ନାଁ ସହିତ ଏବେ ସମସ୍ତେ ପରିଚିତ । ନିଜ ମହାନ କାମ ପାଇଁ ଏବେ ଘରେ ଘରେ ପରିଚିତ ସବ୍ୟସାଚୀ । ଏବେ ପୁଣି ଗରିବଙ୍କ ସହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ସବ୍ୟ । ଏବେ ଅସହାୟଙ୍କ ଦୁଃଖ ବୁଝିଛନ୍ତି ଏହି ରିୟଲ ହିରୋ । ଅସହାୟ ଲୋକଙ୍କ ଦୁଃଖ ଦୂର କରିବାକୁ ଆଗେଇ ଆସିଛନ୍ତି ହୃଦୟର ହିରୋ । ହାଡ ଭଙ୍ଗା ଶୀତରେ ଯେତେବେଳେ ହସ୍ପିଟାଲ ବାରଣ୍ଡରେ ପଡି ରହିଥିଲେ ଅସହାୟ ଲୋକ, ସେତେବେଳେ ତାଙ୍କ ଦୁଃଖକୁ ହୃଦୟଙ୍ଗମ କରିପାରିଥିଲେ ସବ୍ୟ । ଆଉ ସେମାନଙ୍କ କଷ୍ଟକୁ ଦୂର କରିବା ପାଇଁ ତାଙ୍କୁ ଦେଇଥିଲେ କମଳ । ଏହି କମଳ ସେ ନିଜେ ଆସି ଦେଇନାହାନ୍ତି । କଟକରେ ଥିବା ନିଜର କିଛି ଫ୍ୟାନମାନଙ୍କ ଜରିଆରେ ଏହି ମହାନ କାମ କରିଛନ୍ତି ସବ୍ୟ ।
Kanak News is now on WhatsApp
Join and get latest news updates delivered to you via WhatsApp
କାହିଁ କେତେ ଦୂରରୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ଲୋକମାନେ ଆସିଥାନ୍ତି । ହେଲେ ରୋଗୀ ଡାକ୍ତରଖାନାରେ ଆଡମିଟ ହେବା ପରେ ସମ୍ପର୍କୀୟ ମାନେ ହସ୍ପିଟାଲ ବାରଣ୍ଡରେ ବିଶ୍ରାମ ନେଇଥାନ୍ତି । ଶୀତ କାକରରେ ସେମାନେ ସେମିତି ନିଜ ସମ୍ପର୍କୀୟଙ୍କୁ ଜଗି ରହିଥାନ୍ତି । ଆଉ ଏହି ଅସହାୟ ଲୋକଙ୍କ କଷ୍ଟକୁ ବୁଝିଛନ୍ତି ସବ୍ୟ । ସେମାନଙ୍କ କଷ୍ଟକୁ ଦୂର କରିବା ପାଇଁ ତାଙ୍କୁ କମଳ ବାଣ୍ଟିବା ସହ ଭିଡିଓ କଲ ଜରିଆରେ ସେମାନଙ୍କ ଦୁଃଖ ବୁଝିଛନ୍ତି ସବ୍ୟସାଚୀ ।
ଏହି ହାଡଭଙ୍ଗା ଶୀତରେ ଅନେକ ଅସହାୟ ଲୋକ ଶୀତ କାକରରେ ନିଜ ଜୀବନ ବିତାଉଛନ୍ତି । ଅସହାୟ ଲୋକଙ୍କ ଏହି କଷ୍ଟକୁ ବୁଝିଛନ୍ତି ସବ୍ୟ । ଆଉ ନିଜ ଫ୍ୟାନ ମାନଙ୍କ ଜରିଆରେ ବାଣ୍ଟିଛନ୍ତି କମଳ । ବଡ ଦିନ ପାଇଁ ସବ୍ୟ କରିଛନ୍ତି ଏଭଳି ବଡ କାମ । ମଣିଷ ହେଇ କିଭଳି ମଣିଷଙ୍କୁ ଭଲ ପାଇବ ସମାଜକୁ ସେହି ବାର୍ତ୍ତା ଦେଇଛନ୍ତି ସବ୍ୟ ।
ଓଲିଉଡ ହିରୋ ଭାବେ ପରିଚୟ ସୃଷ୍ଟି ପରେ ଏବେ ନିଜ କାମ ପାଇଁ ଘରେ ଘରେ ପରିଚିତ ହୋଇଛନ୍ତି ସବ୍ୟସାଚୀ । ଲକଡାଉନ ବେଳେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ଘରକୁ ଫେରାଇ ଆଣିଥିଲେ ସବ୍ୟ । ଆଉ ଏହି ମହାନ କାମ ପାଇଁ ସେ ବନିଯାଇଥିଲା ଶ୍ରମିକଙ୍କ ରିୟଲ ହିରୋ । ଏହାପରଠୁ ସେ ନିଜ ସାହାଯ୍ୟ କରିବାର ଅଭିଯାନ ଜାରି ରଖିଛନ୍ତି । ଅନେକ କ୍ଷେତ୍ରରେ ସେ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ।