କନକ ବ୍ୟୁରୋ : ଅସୁବିଧାର ଥିବା ବ୍ୟକ୍ତିଙ୍କ ସାଥି ସାଜିଛନ୍ତି ସବ୍ୟସାଚୀ । କରୋନା କାଳରେ ସେ କେବଳ ରିଲ ନୁହେଁ ରିଅଲ୍ରେ ବି ହିରୋ ବୋଲି ପ୍ରମାଣିତ ହୋଇ ସାରିଛି । ପ୍ରବାସରେ ଥିବା ଓଡିଆଙ୍କୁ ଫେରାଇ ଆଣିବା କାମ ହେଉ କି ଅସୁବିଧାରେ ଥିବା ଓଡିଆଙ୍କ ପାଇଁ ସେ ସବୁ ବେଳେ ପ୍ରସ୍ତୁତ ହୋଇ ରହିଥାନ୍ତି । ତେବେ ନିଜ କ୍ୟାରିଅର ଆରମ୍ଭର ନାୟିକା ସାଜିଥିବା ସାଥି କଳାକାର ପାଇଁ ଆଜି ସେ ଦେବଦୂତ ସାଜିଚନ୍ତି । ଆଲବମ୍ ଓ ଯାତ୍ରା ଜଗତର ନାୟିକା ରିଙ୍କି ଏକଦା ତାଙ୍କ ଆଲବମରେ ନାୟିକା ଥିଲେ । କିନ୍ତୁ ଏବେ ସେ ଅସୁବିଧାରେ ରହିଛନ୍ତି । ଫଳ ଓ ପରିବା ବିକ୍ରି କରି ପରିବାରର ରୋଗଗ୍ରସ୍ତ ମାଆ ଓ ପଙ୍ଗୁ ହୋଇଥିବା ବାପାଙ୍କ ଖର୍ଚ୍ଚ ଉଠାଇବାକୁ ଉଦ୍ୟମ କରୁଛନ୍ତି ।
ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସବ୍ୟସାଚୀ ରିଙ୍କି ସହ ଯୋଗାଯୋଗ କରି ସହାୟତାର ହାତ ବଢାଇଛନ୍ତି । ଏପରିକି ଭିଡିଓ କଲ୍ ଜରିଆରେ ପରିବାରର ସମସ୍ତଙ୍କ ସହ କଥା ହେବା ସହ ରିଙ୍କିଙ୍କୁ ଧୈର୍ଯ୍ୟର ସହ ଲଢେଇ କରିବାକୁ ପରାମର୍ଶ ଦେବା ସହ ତାଙ୍କ ସହ ନିଜେ ଅଛନ୍ତି ବୋଲି କହିଛନ୍ତି । ତାଙ୍କ ଭିଡିଓ କଲରେ ପରସ୍ପର କେତେ ଭାବୁକ ହୋଇ ପଡୁଥିଲେ ତାହା ସ୍ପଷ୍ଟ ବାରି ହୋଇ ପଡୁଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/1-35.jpg)