ପୁଣି ଆମେରିକାର ହ୍ୱାଇଟ୍ ହାଉସରେ ଚମକିଲେ ଭାରତୀୟ ବଶଂଦ୍ଭୋବ । ଉପରାଷ୍ଟ୍ରପତି କମଲା ହାରିସଙ୍କ ଡେପୁଟି ପ୍ରେସ୍ ସେକ୍ରେଟାରୀ ଭାବେ ମନୋନୀତ ହେଲେ ସାବ୍ରିନା ସିଂ

Advertisment
ପୁଣି ଆମେରିକାର ହ୍ୱାଇଟ୍ ହାଉସରେ ଚମକିଲେ ଭାରତୀୟ ବଶଂଦ୍ଭୋବ । ଉପରାଷ୍ଟ୍ରପତି କମଲା ହାରିସଙ୍କ ଡେପୁଟି ପ୍ରେସ୍ ସେକ୍ରେଟାରୀ ଭାବେ ମନୋନୀତ ହେଲେ ସାବ୍ରିନା ସିଂ

କନକ ବ୍ୟୁରୋ : ଆମେରିକାର ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସଙ୍କ ଡେପୁଟି ପ୍ରେସ୍ ସେକ୍ରେଟାରୀ ଭାବେ ମନୋନୀତ ହୋଇଛନ୍ତି ଭାରତୀୟ ବଂଶଦ୍ଭୋବ ସାବ୍ରିନା ସିଂ । କମଲା ହାରିସ୍ ଓ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ବାଚନ କ୍ୟାମ୍ପେନିଂରେ ସାବ୍ରିନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହା ପୂର୍ବରୁ ସାବ୍ରିନା ଡେମୋକ୍ରାଟିକ ପାର୍ଟିର ନ୍ୟାସନାଲ କମିଟତିରେ ଡେପୁଟି ଯୋଗା ଯୋଗ ନିର୍ଦ୍ଦେଶକ ଭାବେ ଦାୟୀତ୍ୱ ତୁଲାଇଥିଲେ । ଖାଲି ଏତିକି ନୁହେଁ ସେ ଆମେରିକାନ୍ ବ୍ରିଜ୍ସ ଟ୍ରମ୍ପ୍ ୱାର ରୁମର ମୁଖପାତ୍ର ଭାବେ ବି କାର୍ଯ୍ୟ କରିଛନ୍ତି   । ଅନ୍ୟପଟେ ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ହିଲାରୀ କ୍ଲିଣ୍ଟନଙ୍କ ପାଇଁ ବି ନିର୍ବାଚନ କ୍ୟାମ୍ପେନର ଆଞ୍ଚଳିକ ଯୋଗା ଯୋଗ ନିର୍ଦ୍ଦେଶକ ଭାବେ କାମ କରିଥିଲେ ।
ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ବଂଶଦ୍ଭୋବ ଭାବେ ଜୋ ବାଇଡେନଙ୍କ ଭାଷଣ ଲେଖାର ନିର୍ଦ୍ଦେଶକ ଭାବେ ବିନୟ ରେଡ୍ଡି, ରାଷ୍ଟ୍ରପତି କର୍ମଚାରୀ କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ଭାବେ ଗୌତମ ରାଘବନ, ଜାତୀୟ ଅର୍ଥନୈତିକ ପରିଷଦର ଉପ ନିର୍ଦ୍ଦେଶକ ଭାବେ ଭାରତ ରାମମୂର୍ତ୍ତୀ, ମଧ୍ୟ ସ୍ଥାନ ପାଇଛନ୍ତି ।
କହିରଖୁ କି ଚଳିତ ମାସ ୨୦ ତାରିଖରେ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ ପାର୍ଟିରୁ ବିଜୟୀ ପ୍ରାଥୀ ଜୋ ବାଇଡେନ ଶପଥ ଗ୍ରହଣ କରିବେ । ହେଲେ ଏବେ ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପଙ୍କ ହରକତ ପୁରା ଆମେରିକାରେ ହଇଚଇ ସୃଷ୍ଟି କରିଛି । ଆମେରିକା ସଂସଦର ବାଚସ୍ପତି ଟ୍ରମ୍ପଙ୍କ ବହିସ୍କାର ପାଇଁ ଦାବି କରିଛନ୍ତି । ସେ ଯଦି ୨୦ ତାରିଖ ପୂର୍ବରୁ ସ୍ୱଇଚ୍ଛାରେ ପଦ ନଛାଡନ୍ତି ତାହେଲେ ତାଙ୍କ ନାମରେ ମହାଭିଯୋଗ ଆସିପାରେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe