କନକ ବ୍ୟୁରୋ : ଶପଥ ନେଲେ ସାବିତ୍ରୀ । ପାଟକୁରାର ନବନିର୍ବାଚିତ ବିଧାୟିକା ଭାବେ ଶୁକ୍ରବାର ଶପଥଗ୍ରହଣ କରିଛନ୍ତି ସାବିତ୍ରୀ ଅଗ୍ରୱାଲ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ସୂଚନାଯୋଗ୍ୟ ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପରାଜିତ କରିଛନ୍ତି ସାବିତ୍ରୀ।ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୭, ୫୦୭ ଭୋଟ୍ ମିଳିଥିବା ବେଳେ ସାବିତ୍ରୀ ଅଗ୍ରଓ୍ଵାଲ ୯୫ ହଜାର ୧୬୨ ଖଣ୍ଡ ଅଗ୍ରଓ୍ଵାଲ ଭୋଟ ପାଇଛନ୍ତି। ନିଜର ନିକଟତମ ପ୍ରତିଦ୍ୱନ୍ଦି ବିଜୟ ମହାପାତ୍ରଙ୍କ ଠାରୁ ସାବିତ୍ରୀ ଅଗ୍ରୱାଲ୍ ୧୭,୬୫୫ ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।
ବହୁଚର୍ଚ୍ଚିତ ପାଟକୁରା ନିର୍ବାଚନ ଗତ ୨୦ ତାରିଖରେ ଅନୁଷ୍ଠିତ ହୋଇଥିଲା । ମୋଟ ୧୦ ଜଣ ପ୍ରାର୍ଥୀ ମୈଦାନରେ ଥିବା ବେଳେ ବିଜୟ-ସାବିତ୍ରୀଙ୍କ ଲଢେଇ ଉପରେ ସମସ୍ତଙ୍କର ନଜର ରହିଥିଲା । ଆଉ ୨୪ରେ ଫଳାଫଳ ପ୍ରକାଶ ପାଇଥିବା ବେଳେ ବିଜୟ ସହ ପୁଣିଥରେ ପାଟକୁରା ବଜାୟ ରଖିଛି ବିଜେଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/Screen-Shot-2019-07-26-at-7.23.34-PM.png)