ଓଡିଶା ହାଇକୋର୍ଟର ନୂଆ ବିଚାରପତି ହେବେ ସାବିତ୍ରୀ ରଥ । ନିଯୁକ୍ତିକୁ ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ ମଞ୍ଜୁରୀ । ଏବେ ଅନ୍ତରୀଣ ଦାୟିତ୍ୱ ତୁଲାଉଛନ୍ତି ଜଷ୍ଟିସ୍ ସଞ୍ଜୁ ପଣ୍ଡା

Advertisment
କୋର୍ଟରେ ପହଂଚିଲା ସ୍ୱାସ୍ଥ୍ୟସେବା !! ରାଜ୍ୟରେ ରୋଗୀ ସେବା ବିପର୍ଯ୍ୟସ୍ତ : ଜବାବ ଦାଖଲ ପାଇଁ ସରକାରଙ୍କୁ ମହଲତ

କନକ ବ୍ୟୁରୋ: ସାବିତ୍ରୀ ହେବେ ହାଇକୋର୍ଟ ବିଚାରପତି । ଓଡିଶା ହାଇକୋର୍ଟର ନୂଆ ବିଚାରପତି ହେବେ ସାବିତ୍ରୀ ରଥ । ସାବିତ୍ରୀଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ ମଞ୍ଜୁରୀ । ତେବେ ସାବିତ୍ରୀ ରଥ ବର୍ତ୍ତମାନ ହାଇକୋର୍ଟରେ ଆଇନଜୀବୀ ଭାବେ କାମ କରୁଛନ୍ତି ।

ତେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ କେ.ଏସ ଜାଭେରୀ ଅବସର ନେବା ପରେ ବିଚାରପତି ପଦ ଖାଲି ପଡିଛି । ଆଉ ପଦ ଖାଲି ଥିବାରୁ ତାଙ୍କ ସ୍ଥାନରେ ଜଷ୍ଟିସ ସଞ୍ଜୁ ପଣ୍ଡା ଦାୟିତ୍ୱ ତୁଆଉଥିଲେ । ଗତ ୪ ତାରିଖ ଦିନ ସଞ୍ଜୁଙ୍କୁ ଅନ୍ତରୀଣ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଉ ଆଜି ସାବିତ୍ରୀ ରଥ ହୋଇକୋର୍ଟର ନୂଆ ବିଚାରପତି ହେବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe