କନକ ବ୍ୟୁରୋ: ସାବିତ୍ରୀ ହେବେ ହାଇକୋର୍ଟ ବିଚାରପତି । ଓଡିଶା ହାଇକୋର୍ଟର ନୂଆ ବିଚାରପତି ହେବେ ସାବିତ୍ରୀ ରଥ । ସାବିତ୍ରୀଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ ମଞ୍ଜୁରୀ । ତେବେ ସାବିତ୍ରୀ ରଥ ବର୍ତ୍ତମାନ ହାଇକୋର୍ଟରେ ଆଇନଜୀବୀ ଭାବେ କାମ କରୁଛନ୍ତି ।
ସାବିତ୍ରୀ ରଥ ହେବେ ଓଡିଶା ହାଇକୋର୍ଟର ବିଚାରପତି
ସାବିତ୍ରୀଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ ମଞ୍ଜୁରୀ
ବର୍ତ୍ତମାନ ହାଇକୋର୍ଟରେ ଆଇନଜୀବୀ ଅଛନ୍ତି ସାବିତ୍ରୀ#HighCourt #Orissa pic.twitter.com/fJo7YrlaTl— Kanak News (@kanak_news) January 23, 2020
ତେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ କେ.ଏସ ଜାଭେରୀ ଅବସର ନେବା ପରେ ବିଚାରପତି ପଦ ଖାଲି ପଡିଛି । ଆଉ ପଦ ଖାଲି ଥିବାରୁ ତାଙ୍କ ସ୍ଥାନରେ ଜଷ୍ଟିସ ସଞ୍ଜୁ ପଣ୍ଡା ଦାୟିତ୍ୱ ତୁଆଉଥିଲେ । ଗତ ୪ ତାରିଖ ଦିନ ସଞ୍ଜୁଙ୍କୁ ଅନ୍ତରୀଣ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଉ ଆଜି ସାବିତ୍ରୀ ରଥ ହୋଇକୋର୍ଟର ନୂଆ ବିଚାରପତି ହେବେ ବୋଲି ସୂଚନା ମିଳିଛି ।