କନକ ବ୍ୟୁରୋ: ଉତ୍ତରପ୍ରଦେଶ କାନପୁରରେ ବିଳମ୍ବିତ ରାତିରେ ଟ୍ରେନ୍ ଦୁର୍ଘଟଣା। ଟ୍ରାକରୁ ଖସିଲା ସାବରବମତୀ ଏକ୍ସପ୍ରେସ୍। ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଛି। କାନୁପର-ଭୀମସେନ୍ ଷ୍ଟେସନ ମଝିରେ ଏହି ଦୁର୍ଘଟଣା ହୋଇଛି। ରାତି ପାଖାପାଖି ୨ଟା ୩୦ରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ଟ୍ରାକରେ ଥିବାରେ ବୋଲଡର ମାଡ଼ ହେବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି।

Advertisment