କନକ ବ୍ୟୁରୋ : କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିରକୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚା ଲାଗି ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମନ୍ଦିରର ପରମ୍ପରା ଅନୁସାରେ କେବଳ ପୁରୁଷ ହିଁ ପ୍ରଭୁ ଆୟପ୍ପାଙ୍କ ଦର୍ଶନ କରିପାରିବେ । ମହିଳାମାନଙ୍କୁ ଏ ପ୍ରଭୁଙ୍କ ଦର୍ଶନର ସୁଯୋଗ ନାହିଁ । ତେବେ ଅନେକ ମହିଳା ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ବିବାଦ ଆରମ୍ଭ ହୋଇଥିଲା । ତେବେ ମାମଲା କୋର୍ଟରେ ପହଞ୍ଚିଥିଲା । ନଜର ପକାନ୍ତୁ କେମିତି ଥିଲା ପୂରା ପ୍ରକ୍ରିୟା ...

Advertisment

ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଜାରି ରହିବ । ୨୦୧୮ରେ ସୁପ୍ରିମକୋର୍ଟ ମହିଳାଙ୍କ ପ୍ରବେଶ ନେଇ ଦେଇଥିବା ରାୟକୁ କାଏମ ରଖିଥିଲେ। ମାମଲାର ଶୁଣାଣି କରି ଏହାକୁ ଏକ ବୃହତର ବେଂଚକୁ ସ୍ଥାନାନ୍ତର କରିଥିଲେ । ତେବେ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ସ୍ୱାଗତ ଜଣାଇଥିଲେ ସାବରୀମାଳା ମନ୍ଦିରର ମୁଖ୍ୟ ପୁରୋହିତ । ସାବରିମାଳା ମନ୍ଦିରର ମୁଖ୍ୟ ପୁରୋହିତ ବା ତନ୍ତ୍ରୀ ରାଜୀବରୁ କନ୍ଦାରାଉ କହିଥିଲେ ଯେ ଠାକୁରେ କୋଟି କୋଟି ବିଶ୍ୱାସୀଙ୍କର ପ୍ରାର୍ଥନା ଶୁଣିଲେ ।

ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ପାଞ୍ଚଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ମଧ୍ୟରୁ ବିଚାରପତି ରୋହିଙ୍ଗ୍ଟନ୍ ଫଲି ନରିମାନ ଏବଂ ବିଚାରପତି ଚନ୍ଦ୍ରଚୂଡ଼ ପୂର୍ବ ରାୟର ବିରୁଦ୍ଧାଚରଣ କରି ମତ ଦେବାରୁ ସୁପ୍ରିମ୍ କୋର୍ଟ ଏହି ରିଭ୍ୟୁ ପିଟିସନ୍ଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ଖଣ୍ଡପୀଠକୁ ରେଫର୍ କରିଥିଲେ ।