ସାବରୀମାଳା ମନ୍ଦିରକୁ ଯାଇପାରିବେ ମହିଳା ! ପୂର୍ବ ଆଦେଶକୁ ଓଲଟାଇଲେ ସୁପ୍ରିମକୋର୍ଟ, ବଡ ବେଂଚକୁ ସ୍ଥାନାନ୍ତର ହେଲା ମାମଲା ।
କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ସାବରୀମାଳା ରାୟ । ସାବରିମାଳା ମନ୍ଦିର ବିବାଦକୁ ନେଇ ଆସିଲା ସୁପ୍ରିମକୋର୍ଟରେ ବଡ ଶୁଣାଣି । ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମାମଲାକୁ ଏକ ବୃହତର ବେଂଚକୁ ସ୍ଥାନାନ୍ତର କରିଛନ୍ତି । ପୂର୍ବ ରାୟକୁ ବଦଳାଇ ଏହାର ଆଗାମୀ ଶୁଣାଣି ବୃହତର ବେଂଚରେ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । କେରଳର ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ କଟକଣାକୁ ନେଇ ଏହି ମାମଲା ଚାଲିଛି । ସାବରିମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟ ରାୟ ଆସିବା ପରେ ଏହାର ପୁନର୍ବିଚାର ଅବେଦନ ହୋଇଥିଲା । ଏବେ ଏହି ମାମଲାର ଶୁଣାଣି ୭ ଜଣିଆ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆଗାମୀ ରାୟ ଆସିବା ଯାଏଁ ମହିଳାଙ୍କ ମନ୍ଦିର ପ୍ରବେଶ ଜାରି ରହିବ ବୋଲି ଜଣାପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ସୁପ୍ରିମକୋର୍ଟ ସାବରିମାଲା ମନ୍ଦିର ମାମଲାକୁ ବୃହତ୍ତର ଖଣ୍ଡପୀଠଙ୍କୁ ରେଫର୍ କରିଛନ୍ତି । ସୁପ୍ରିମକୋର୍ଟଙ୍କ ପୂର୍ବ ନିଷ୍ପତ୍ତିର ବିଚାର ନିମନ୍ତେ ପାଞ୍ଚଜଣିଆ ବିଚାରପତି ବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠ ୩: ୨ ଗରିଷ୍ଠତା ଅନୁପାତରେ ୭ ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠଙ୍କୁ ରେଫର୍ କରିଛନ୍ତି ।