ସୁପରହିଟ୍ ଥିଲା ୧୯୯୧ରେ ଆସିଥିବା ସିନେମା ‘ସାଜନ୍’ । ଆଉ ସିନେମାଠୁ ଅଧିକ ହିଟ୍ ଥିଲା ଏହାର ଗୀତ ଓ ସଙ୍ଗୀତ । ତେବେ ଏହି ମ୍ୟୁଜିକାଲ୍ ହିଟ୍ ସିନେମା ମଧ୍ୟରେ ଗୋଟିଏ ଗୀତ ଥିଲା ‘ବହତ୍ ପ୍ୟାର୍ କରତେ ହୈ ତୁମକୋ ସନମ୍’ ଯାହାର ସ୍ଥାନ ଆଜି ଯାଏଁ କୌଣସି ଗୀତ ନେଇପାରିନାହିଁ । କିନ୍ତୁ କଣ ଆପଣ ଜାଣନ୍ତି ଏହି ଗୀତ ପଛର ସତ । ଅର୍ଥାତ୍ ସିନେମାର ସବୁଠାରୁ ଅଧିକ ପ୍ରଶଂସିତ ହୋଇଥିବା ଏହି ଗୀତ ପ୍ରକୃତରେ ଏକ ଚୋରୀ ଗୀତ ।
୯୦ ଦଶକର ଏହି ସୁପରହିଟ୍ ଗୀତ ଆଉ କୋଉଠୁ ନୁହେଁ ବରଂ ପଡୋଶୀ ଦେଶ ପାକିସ୍ତାନଠାରୁ ଚୋରୀ ହୋଇଛି । ଅସଲ ଗୀତଟି ଥିଲା ‘ବହତ୍ ଖୁବସୁରତ୍ ହୈ ମେରା ସନମ୍, ଖୁଦା ଏସେ ମୁଖଡା ବନାତା ହୈ କମ୍’ । ଆଉ ଏହି ଗୀତଟିକୁ ବୋଲିଥିଲେ ପାକିସ୍ତାନର ପ୍ରସିଦ୍ଧ ଗଜଲ ଗାୟକ ମେହନ୍ଦୀ ହସନ୍ । ତେବେ ଗୀତଟିକୁ ବଲିଉଡରେ କପି କରିବା ବେଳେ ଉର୍ଦ୍ଦୁ ଶବ୍ଦ ଗୁଡିକ ହଟାଯାଇ ହିନ୍ଦି ବ୍ୟବହାର କରାଯାଇଥିଲା । ହେଲେ ଏହାର ସଙ୍ଗୀତରେ କୌଣସି ପରିବର୍ତ୍ତନ କରାଯାଇନଥିଲା ।
ତେବେ ଗୀତର ଭାଗ୍ୟ ଦେଖନ୍ତୁ, ଯେଉଁଠି ‘ସାଜନ୍’ ସିନେମାରେ ଗୀତଟି ସୁପରହିଟ୍ ହୋଇଥିଲା ହେଲେ ସେଠି ମେହନ୍ଦୀ ହସନଙ୍କ ଗୀତକୁ ଖୁବ୍ କମ୍ ଲୋକ ଜାଣିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/bahut-pyar-karte-hain-tumko-sanam-.jpg)