ଅଭିନେତା ପ୍ରଭାସ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ବହୁପ୍ରତୀକ୍ଷିତ ସିନେମା ‘ସାହୋ’ ଆଜି ରିଲିଜ୍ ହୋଇଯାଇଛି । ଭାରତର ସବୁଠାରୁ ମହଙ୍ଗା ସିନେମା ଭିତରୁ ଗୋଟିଏ ହେଉଛି ସାହୋ ଯାହାକୁ ବହୁ ସମୟ ଧରି ଦର୍ଶକ ଅପେକ୍ଷା କରି ରହିଥିଲେ । ଅନେକ ଭାଷାରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ବଜାରରେ ଭଲ ବ୍ୟବସାୟ କରିବ ବୋଲି ସିନେପ୍ରେମୀ କହିଛନ୍ତି । ସାହୋକୁ ପ୍ରଭାସଙ୍କ ବାହୁବଲୀ ସିନେମା ସହ ମଧ୍ୟ ତୁଳନା କରାଯାଉଛି । ତେବେ ପ୍ରଥମ ଦିନରେ ସିନେମା ୬୦ ରୁ ୭୫ କୋଟି ଟଙ୍କା ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛି ।
ଫେଷ୍ଟିଭାଲ୍ ସିଜନ୍ ଚାଲୁଥିବାରୁ ସିନେମାକୁ ବଡ ସଫଳତା ମିଳିବ ବୋଲି ଆଶା କରାଯାଉଛି । ଭାରତରେ ପ୍ରଭାସଙ୍କ ପ୍ରଶଂସକଙ୍କ କୌଣସି ଅଭାବ ନାହିଁ ଏବଂ ତାଙ୍କର ପ୍ରଥମ ହିନ୍ଦୀ ସିନେମା ଦେଖିବା ପାଇଁ ମଧ୍ୟ ଲୋକଙ୍କ ମଧ୍ୟରେ କ୍ରେଜ୍ ବଢିବାରେ ଲାଗିଛି । ସାହୋରେ ପ୍ରଭାସଙ୍କ ଆକ୍ସନ୍ ଜବରଦସ୍ତ ହେବା ସାଙ୍ଗକୁ ସ୍ମୃତିମଧୁର ସଙ୍ଗୀତ ଲୋକଙ୍କୁ ସିନେମାର ଅନ୍ତ ପର୍ଯ୍ୟନ୍ତ ବାନ୍ଧିରଖିବ । ୩୫୦ କୋଟି ଟଙ୍କା ବଜେଟରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ଗୀତ ଏବଂ ଟ୍ରେଲର୍ ଲୋକଙ୍କୁ ଖୁବ୍ ପସନ୍ଦ ଆସିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/saaho.jpg)
/kanak/media/post_attachments/wp-content/uploads/2019/08/97998-saaho-300x169.jpg)
/kanak/media/post_attachments/wp-content/uploads/2019/08/saaho-box-office-1200-300x167.jpg)