ଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଦମଦାର ବିଜୟ । ଷ୍ଟାଡିୟମରେ ହେଲା ଛକା ଓ ଚୌକାର ବର୍ଷା, ମିଲରଙ୍କ ବିଧ୍ୱଂସୀ ଦକ୍ଷିଣ ଆଫ୍ରିକାକୁ ଦେଲା ବଡ ବିଜୟ ।
କନକ ବ୍ୟୁରୋ : ଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଦମଦାର ବିଜୟ । ଭାରତ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା । ଡେଭିଡ ମିଲରଙ୍କ ବିସ୍ଫୋରକ ବ୍ୟାଟିଂରେ ଧରାଶାୟୀ ହୋଇଛି ଟିମ୍ ଇଣ୍ଡିଆ । ୨୧୨ ରନର ବିଶାଳ ବିଜୟ ଲକ୍ଷ୍ୟକୁ ବେଶ ସହଜରେ ହାସଲ କରିଛି ଦକ୍ଷିଣ ଆଫ୍ରିକା । ଏହାସହ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଦକ୍ଷିଣ ଆଫ୍ରିକା ।
ଦିଲ୍ଲୀ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । କିନ୍ତୁ ଭାରତର ବ୍ୟାଟର ଖାସକରି ଇଶାନ କିଷାନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ଇନିଂସ ବଳରେ ଟିମ୍ ଇଣ୍ଡିଆ ୨୧୧ ରନର ବିଶାଳ ସ୍କୋର ଛିଡା କରିବାରେ ସକ୍ଷମ ହୋଇଥିଲା । ଭାରତୀୟ ବ୍ୟାଟରଙ୍କ ଭଳି ଦକ୍ଷିଣ ଆଫ୍ରିକାର ବ୍ୟାଟର ମଧ୍ୟ ପ୍ରଥମରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ ହରାଇ ସଙ୍କଟରେ ପଡିଥିଲା ଦଳ । ଆଉ ଏହି ସମୟରେ କ୍ରିଜକୁ ଓହ୍ଲାଇଥିଲେ ଡେଭିଡ ମିଲର ଓ ଡସେନଙ୍କ ଯୋଡି ଦକ୍ଷିଣ ଆଫ୍ରିକା ପାଳିକୁ ସମ୍ଭାଳିଥିଲେ । ଉଭୟ ପ୍ରଥମରୁ ସର୍ତକତାର ସହ ବ୍ୟାଟିଂ କରିଥିଲେ । ଆଉ ଥରେ କ୍ରିଜରେ ସେଟ୍ ହେବା ମାତ୍ରେ ଛକା ଓ ଚୌକାର ବର୍ଷା କରିଥିଲେ । କୌଣସି ଭାରତୀୟ ବୋଲରଙ୍କୁ ଛାଡିନଥିଲେ ଦକ୍ଷିଣ ଆଫ୍ରିକାର ୨ ଦୁର୍ଦ୍ଦଷ ବ୍ୟାଟର । ଶେଷରେ ୫ଟି ବଲ ଥାଇ ଦକ୍ଷିଣ ଆଫ୍ରିକା ବଡ ବିଜୟ ହାସଲ କରିଥିଲା ।
What a match!
South Africa record their highest successful run chase in men’s T20Is 💥#INDvSA | https://t.co/EAEI2MRCT2 pic.twitter.com/aMkNnde0Yu
— ICC (@ICC) June 9, 2022
ଏହାସହ ଭାରତର ବିଶ୍ୱରେକର୍ଡ ସ୍ୱପ୍ନ ମଧ୍ୟ ଭାଙ୍ଗିଥିଲା । କାରଣ ଏହି ମ୍ୟାଚ୍ ପୂର୍ବରୁ ଭାରତ ଲଗାତାର ୧୨ଟି ମ୍ୟାଚ୍ ଜିତିବାର ରେକର୍ଡ କରିଥିଲା । ଆଉ ଏହି ତାଲିକାରେ ଆଫଗାନିସ୍ତାନ ଓ ରୋମାନିଆ ରହିଥିଲେ । ଏହି ମ୍ୟାଚରେ ବିଜୟୀ ହୋଇଥିଲେ ପ୍ରଥମ ଦଳ ଭାବେ ଲଗାତାର ୧୩ଟି ଟି-୨୦ ମ୍ୟାଚ ଜିତିବାର ରେକର୍ଡ ନିଜ ନାଁରେ କରିଥାନ୍ତା ଟିମ୍ ଇଣ୍ଡିଆ । ଯେଉଁ ସ୍ୱପ୍ନକୁ ଦକ୍ଷିଣ ଆଫ୍ରିକା ଧୂଳିସାତ୍ କରିଛି ।