ଆଇସିସି ବିଶ୍ୱକପ୍ ରେ ପୁଣିଥରେ ଇତିହାସ ଦୋହରାଇଛି । ଟିମ୍ ଇଣ୍ଡିଆ ପୁଣିଥରେ ପାକିସ୍ତାନକୁ ପରାଜୟ କରିବାରେ ସଫଳ ହୋଇଛି । ରବିବାର ଇଂଲଣ୍ଡର ମାନଚେଷ୍ଟରରେ ଖେଳାଯାଇଥିବା ମୁକାବିଲାରେ ଟିମ୍ ଇଣ୍ଡିଆ ତରଫରୁ ବିଚକ୍ଷଣ ବ୍ୟାଟିଙ୍ଗ୍ ଏବଂ ବୋଲିଙ୍ଗ୍ କରି ପାକିସ୍ତାନକୁ ହରାଇଥିଲା । କିନ୍ତୁ ଏହି ବିଜୟ ପରେ ମଧ୍ୟ ଏକ ଖରାପ ଖବର ସାମ୍ନାକୁ ଆସିଛି । ଭାରତର ଷ୍ଟ୍ରାଇକ୍ ଫାଷ୍ଟ୍ ବୋଲର୍ ଭୂବନେଶ୍ୱର କୁମାର ହେମଷ୍ଟ୍ରିଙ୍ଗ୍ କାରଣରୁ ମ୍ୟାଚ୍ ମଝିରେ ହିଁ ଖେଳ ବନ୍ଦ କରି ବାହାରକୁ ଚାଲିଆସିଲେ । କିନ୍ତୁ ଏବେ ତାଙ୍କର ଅବସ୍ଥା ଖରାପ ଥିବା କଥା କୁହାଯାଉଛି । ଏବେ ଭୂବି ଆଉ ୨ ରୁ ୩ ମ୍ୟାଚ୍ ରେ ଦେଖାଯିବେ ନାହିଁ । ମ୍ୟାଚ୍ ଶେଷ ହେବା ପରେ ଅଧିନାୟକ ବିରାଟ୍ କୋହଲି କହିଥିଲେ ଯେ ପଡିଯିବା କାରଣରୁ ତାଙ୍କୁ ଆଘାତ ଲାଗିଛି ଏବଂ ତାଙ୍କୁ ଖୁବ୍ କଷ୍ଟ ହେଉଛି ।
Worrying news for India as Bhuvneshwar Kumar walks off the pitch with an injury... pic.twitter.com/LjHWVN7qkP
— Cricket World Cup (@cricketworldcup) June 16, 2019
ତେଣୁ ସେ ୨ ରୁ ୩ ଟି ମ୍ୟାଚରେ ଖେଳିବେ ନାହିଁ । କିନ୍ତୁ ଆମର ତାଙ୍କ ଉପରେ ଭରସା ଅଛି ସେ ଲିଗ୍ ମ୍ୟାଚରେ ଟିମ୍ ସହ ମିଶି ଖେଳିବେ । ତେବେ ଏହି ଖବର ଭାରତୀୟ କ୍ରିକେଟ୍ ଟିମ୍ ପାଇଁ କୌଣସି ବଡ ଝଟକା ଠାରୁ କିଛି କମ୍ ନାହିଁ । ଏହା ପୂର୍ବରୁ ଟିମର ଗବର କୁହାଯାଉଥିବା ଶିଖର୍ ଧୱନ୍ ଙ୍କ ହାତରେ ଆଘାତ ଲାଗିବା କାରଣରୁ ସେ ଟିମରୁ ବାଦ୍ ପଡିଥିଲେ । ସେ ପୁଣି କେବେ ଟିମ୍ କୁ ଫେରିବେ ଏନେଇ କିଛି ସ୍ପଷ୍ଟୀକରଣ ଦିଆଯାଇନାହିଁ ।
ବିସିସିଆଇ ତରଫରୁ ଶିଖର୍ ଧୱନ୍ ଙ୍କ ବ୍ୟାକଅପ୍ ରୁପରେ ଋଷଭ୍ ପନ୍ଥଙ୍କୁ ଇଂଲଣ୍ଡ ଡକାଯାଇଛି । ରବିବାର ଭାରତୀୟ ଟିମ୍ ବୋଲିିଙ୍ଗ୍ କରୁଥିବା ସମୟରେ ଭୂବନେଶ୍ୱର କୁମାରଙ୍କୁ ଗୋଡରେ ଆଘାତ ଆସିଥିଲା । ସେ ନିଜ ଓଭରକୁ ମଧ୍ୟ ପୂରା କରିପାରିନଥିଲେ ଏବଂ ବିଜୟ ଶଙ୍କର ତାଙ୍କ ସ୍ଥାନ ନେଇଥିଲେ । ତେବେ ଭୁବିଙ୍କ ଅଧୁରା ଓଭର୍ କୁ ପୁରା କରିବାକୁ ଆସିଥିବା ବିଜୟ ଶଙ୍କର ନିଜ ପ୍ରଥମ ବୋଲିଙ୍ଗରେ ହିଁ ୱିକେଟ୍ ନେଇଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/i.jpg)
/kanak/media/post_attachments/wp-content/uploads/2019/06/MM-3-300x171.jpg)