କନକ ବ୍ୟୁରୋ : ବ୍ରହ୍ମପୁର ସଦରର କୁକୁଡ଼ାଖଣ୍ଡି ଗ୍ରାମରେ ଥିବା ବୈଶାଳୀ ଡାଏରୀର ଷ୍ଟାର୍ଟଅପ୍ ନିଶ୍ଚିତ ରୂପେ ଯୁବପୀଢ଼ିଙ୍କ ପାଇଁ ଏକ ପ୍ରେରଣାଯୋଗ୍ୟ କାହାଣୀ। ବିଟେକ୍ ଡିଗ୍ରୀଧାରୀ ଏ. ସୁରେନ୍ଦ୍ରନାଥଙ୍କୁ ନିଜ ଅଞ୍ଚଳ ପାଇଁ କିଛି କରିବା ପାଇଁ ପ୍ରବର୍ତ୍ତାଇଥିଲେ ତାଙ୍କ ବାପା, ଯାହାକି ଅଞ୍ଚଳବାସୀଙ୍କ ପାଇଁ ସହାୟକ ହେବ ଏବଂ ଅନ୍ୟ ବେକାରୀ ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରିବ। ଇଞ୍ଜିନିୟରିଂ ପଢ଼ିବା ପରେ ସୁରେନ୍ଦ୍ର ପୁନେର କମ୍ପାନୀରେ କାର୍ଯ୍ୟରତ ଥିଲେ। ସେ ଯେତେବେଳେ ବି ନିଜ ଗ୍ରାମକୁ ଆସନ୍ତି ସେ ଉପଲବ୍ଧି କରିଥିଲେ ଯେ କ୍ଷୀର ଏବଂ ଦୁଗ୍ଧ ତିଆରୀ ବିବିଧ ଉତ୍ପାଦ ଚାହିଦା ତାଙ୍କ ଅଞ୍ଚଳରେ ବହୁତ ରହିଛି। ତାଙ୍କ ଅଞ୍ଚଳରେ ବହୁ ଗୋପାଳକ ଚାଷୀ ଅଛନ୍ତି ଯେଉଁମାନେ କି ତାଙ୍କ ଉତ୍ପାଦକୁ ଠିକ ସ୍ଥାନରେ ବିକ୍ରୀ କରିପାରୁନାହାନ୍ତି। ସୁରେନ୍ଦ୍ରନାଥ ପୁନେରେ ଉଚ୍ଚ ବେତନର ଚାକିରୀ ଛାଡି ଆରମ୍ଭ କରନ୍ତି କୁକୁଡ଼ାଖଣ୍ଡୀ ଗ୍ରାମରେ ବୈଶାଳୀ ଡାଏରୀ ।

Advertisment

୨୦୧୭ ମସିହାରେ ମାତ୍ର ୫ ଲକ୍ଷ ଟଙ୍କାରେ ଆରମ୍ଭ କରନ୍ତି ଏହି ଷ୍ଟାର୍ଟଅପ୍ । ପ୍ରତ୍ୟେକ ଦିନ ୨ ଲିଟର କ୍ଷୀର ସଂଗ୍ରହରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ୧୬୦୦ ଲିଟରରୁ ଉର୍ଦ୍ଧ କ୍ଷୀର ସଂଗ୍ରହ କରିବାରେ ସଫଳତା ହାସଲ କରିଛି । ଯାହାକି ସ୍ଥାନୀୟ ଅଞ୍ଚଳରେ ଥିବା ଗୋପାଳକଙ୍କ ପାଇଁ ସହାୟକ ହୋଇପାରିଛି। ସରକାରଙ୍କ ତରଫରୁ କୌଣସି ପ୍ରକାର ସହାୟତା ପାଇନଥିବା ବେଳେ ତାଙ୍କ ଏହି ଜୟଯାତ୍ରାରେ ସହାୟକ ହୋଇଛନ୍ତି ତାଙ୍କ ସାଙ୍ଗସାଥୀ, ପରିବାର, ନିକଟ ସମ୍ପର୍କୀୟଙ୍କ ସମେତ ରତନ ଟାଟା କମ୍ପାନୀ ଏବଂ ଅଲମ୍ପିକ କ୍ରୀଡ଼ାବିତ୍ ଗଗନ ନାରଙ୍ଗଦ୍ବାରା ଆର୍ଥିକ ପ୍ରୋତ୍ସାହନ ପାଇଛନ୍ତି। ଯାହାର ଫଳସ୍ଵରୂପ ବୈଶାଳୀ ଡାଏରୀ ଲକ୍ଷାଧିକ ଟଙ୍କା ବ୍ୟୟ କରି ବହୁ ଆଧୁନିକ ଯନ୍ତ୍ରପାତି ସ୍ଥାପନ କରି ଆଜି ୨୫ରୁ ଉର୍ଦ୍ଧ୍ବ ଯୁବକଯୁବତୀଙ୍କୁ ରୋଜଗାର ଦେବାରେ ସଫଳ ହୋଇଛି। ଯାହାକି ଦୁଗ୍ଧରମାନ ଅକ୍ଷୁର୍ଣ ରଖିବା ସହ ବିଭିନ୍ନ ଉତ୍ପାଦ ତିଆରି କରିବାରେ ସକ୍ଷମ ।

publive-imageବଜାରରେ 'ଅନନ୍ତ ସାଗର' ନାମରେ ବିକ୍ରୀ ହେଉଥିବା ଏହି ଉତ୍ପାଦ ଆଜି କ୍ଷୀର, ଦହି, ପନୀର, ଘିଅ, ରୋସଗଲା, ଗୁଲାବ ଜାମୁନ ଏବଂ ପେଢ଼ା ଆଦି ତିଆରି କରି ବ୍ରହ୍ମପୁର ସହର ଏବଂ ଏହାର ଆଖପାଖ ଅଞ୍ଚଳର ଚାହିଦା ମେଣ୍ଟାଇବା ସହ ସ୍ଥାନୀୟ ଗୋପାଳକଙ୍କୁ ସ୍ବାବଲମ୍ବୀ କରିପାରିଛି । ଆଗାମୀ ଦିନରେ ସେ ସ୍ଥାନୀୟ ଅଞ୍ଚଳରୁ ୫୦୦୦ ଲିଟର କ୍ଷୀର ସଂଗ୍ରହ ନିମନ୍ତେ ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି । ତାଙ୍କ ମୂଳମନ୍ତ୍ର ହେଲା ସ୍ଥାନୀୟ ଉତ୍ପାଦକୁ ହାଇଜେନିକ ଭାବେ ଗ୍ରାହକଙ୍କ ପାଖରେ ସ୍ଵଳ୍ପ ଦରରେ ପହଁଚାଇବା । ସୁରେନ୍ଦ୍ରଙ୍କ ଏହି ଜୟଯାତ୍ରା ନିଶ୍ଚିତ ରୂପେ ଆଜିର ଯୁବପିଢ଼ୀଙ୍କୁ ପ୍ରେରଣା ଯୋଗାଇବ। ବିବାହ, ପର୍ବପର୍ବାଣୀ ପାଇଁ ନିଜ ଚାହିଦା ମୁତାବକ ଉତ୍ପାଦ ତାଙ୍କ ଠାରୁ ନିମ୍ନ ଠିକଣାରେ ଗ୍ରାହକ ଯୋଗାଯୋଗ କରି କ୍ରୟ କରିପାରିବେ ।

ବୈଶାଳୀ ଡାଏରୀ ପ୍ରା: ଲି:
କୁକୁଡ଼ାଖଣ୍ଡି, ଗଞ୍ଜାମ (ଓଡ଼ିଶା) ୭୬୧୧୦୦
୮୦୯୩୧୫୧୫୭୬, ୮୦୯୩୦୫୧୫୭୬