କନକ ବ୍ୟୁରୋ: ଇସ୍ରୋରେ ରାଜନୀତି । ଇସ୍ରୋର ପୂର୍ବତନ ମୁଖ୍ୟ କେ ଶିବନ ଏବଂ ବର୍ତ୍ତମାନ ମୁଖ୍ୟ ଏସ ସୋମନାଥଙ୍କ ବିବାଦ  ସାମ୍ନାକୁ ଆସିଛି । ଏସ ସୋମନାଥଙ୍କ ପୁସ୍ତକ ପ୍ରକାଶ ପାଇବା ପରେ ବିବାଦ ଦେଖଦେଇଛି । ଇସ୍ରୋ ଅଧ୍ୟକ୍ଷ ନିଜ ପୁସ୍ତକରେ ପୂର୍ବତନ ଅଧ୍ୟକ୍ଷଙ୍କ ବିରୋଧରେ ସଂଘାତିକ ଅଭିଯୋଗ ଆଣିଛନ୍ତି ।

Advertisment

ଏସ୍ ସୋମନାଥ ଲେଖିଛନ୍ତି ଯେ, ତରବରିଆ ପଦକ୍ଷେପ ଯୋଗୁ ଚନ୍ଦ୍ରଯାନ-୨ ମିଶନ ବିଫଳ ହୋଇଥିଲା । ସଫ୍ଟୱେୟାରରେ ତ୍ରୃଟି ଯୋଗୁ ମିଶନ ଫେଲ ମାରିଥିଲା । କିନ୍ତୁ ଶିବନ ସତ ନକହି  ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ବୋଲି କହିଥିଲେ । ଏସ୍ ସୋମନାଥ ତାଙ୍କ  ପୁସ୍ତକରେ ଏକଥା ଉଲ୍ଲେଖ କରିଛନ୍ତି । ଏପରିକି ପୂର୍ବତନ ଅଧ୍ୟକ୍ଷ କେ ଶିବନ ତାଙ୍କୁ ମହାକାଶ କେନ୍ଦ୍ରର ଅଧ୍ୟକ୍ଷ କରାଇଦେବାକୁ ଚାହୁଁନଥିଲେ । ମାଲାୟାଲମ ଭାଷାରେ ନିଜ ଆତ୍ମଜୀବନୀରେ ଏସବୁ ଉଲ୍ଲେଖ କରିଛନ୍ତି ସୋମନାଥ । ପୁସ୍ତକ ପ୍ରକାଶ ପାଇବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଯେଉଁଥିପାଇଁ ପୁସ୍ତକ ପ୍ରକାସନକୁ ସ୍ଥଗିତ ରଖିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ ।