କନକ ବ୍ୟୁରୋ : ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ବଡ ଘୋଷଣା । ସରକାରୀ ସ୍କୁଲରେ ଏଣିକି ସବୁ ପିଲାଙ୍କୁ ମିଳିବ ଜୋତା ଓ ଡ୍ରେସ । ଏହାଛଡା ସମସ୍ତ ଛାତ୍ରଛାତ୍ରୀଙ୍କୁ ପରିଚୟପତ୍ର ମଧ୍ୟ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ଆସନ୍ତାବର୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ଜୋତା-ଡ୍ରେସ ମିଳିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାଶ ।
ପୂର୍ବରୁ କେବଳ ବିପିଏଲ ପରିବାରରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦିଆଯାଉଥିବା ବେଳେ ଏବେ ସମସ୍ତ ପିଲାଙ୍କୁ ଡ୍ରେସ ଓ ଜୋତା ମିଳିବ । ଏହାଛଡା ଛାତ୍ରଛାତ୍ରୀ ମାନେ ତଳେ ବସିବା ବଦଳରେ ସ୍କୁଲରେ ଥିବା ମ୍ୟାଟ୍ ବ୍ୟବହାର କରିପାରିବେ ବୋଲି କହିଛନ୍ତି ମନ୍ତ୍ରୀ । ଆଉ ପୂର୍ବଭଳି ସ୍କୁଲର ସମୟସୀମା ୧୦ଟାରୁ ୪ଟା ରହିବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ସମୀର ଦାଶ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/Samir.jpg)