କନକ ବ୍ୟୁରୋ : ଭାରତ କାନାଡ଼ା ବିବାଦ ଭିତରେ ଆସିଛି ବଡ ଖବର । ଉଭୟ ଦେଶର ବୈଦେଶିକନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିବା ସୂଚନା ମିଳିଛି । ଭାରତୀୟ ବୈଦେଶିକମନ୍ତ୍ରୀ ଏସଜୟଶଙ୍କର ଓ କାନାଡ଼ା ବୈଦେଶିକମନ୍ତ୍ରୀ ମେଲେନୀ ଜୋଲିଙ୍କ ମଧ୍ୟରେ କାନାଡାରେ ଏକ ଗୁପ୍ତ ବୈଠକ ହୋଇଥିବା ଖବର ମିଳିଛି । ୱାଶିଂଟନ ଡିସିରେ ଏହି ବୈଠକ ବସିଥିଲା କିନ୍ତୁ ଉଭୟ ଦେଶ ଏନେଇ କୌଣସ ଔପଚାରିକ ସୂଚନା ଦେଇ ନାହାଁନ୍ତି । ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜରର ହତ୍ୟାକୁ ନେଇ କିଛି ଦିନ ହେବ ଭାରତ ଓ କାନାଡା ମଧ୍ୟରେ ବିବାଦ ଚାଲିଛି । ଭାରତର ବାରମ୍ବାର ଖଣ୍ଡନ ସତ୍ୱେ ନିଜ୍ଜରର ହତ୍ୟା ପାଇଁ ଭାରତକୁ ଦାୟୀ କରୁଥିଲା କାନାଡା ।ଏଭଳି କି କାନାଡାରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭାରତ ଫେରି ଯିବାକୁ କହିଥିଲା । ପାଲଟା ଜବାବ ଦେଇ ଭାରତ ମଧ୍ୟ କାନାଡା ରାଷ୍ଟ୍ରଦୂତଙ୍କୁ ଦେଶ ଛାଡିବାକୁ କହିଥିଲା । ବିବାଦ ଏଠି କମିନଥିଲା । ଅଭିଯୋଗ କରୁଥିବା କାନାଡାକୁ ଜବାବ ଦେବାକୁ ଯାଇ ଭାରତରେ ରହୁଥିବା ୪୧ଜଣ କୁଟନୀତିଜ୍ଞଙ୍କୁ ଦେଶ ଛାଡିବାକୁ ଭାରତ କହିବା ପରେ କାନମୁଣ୍ଡା ଆଉଁସୁଛି କାନାଡ଼ା ।

Advertisment