ବିଦେଶରେ ଫସିଥିବା ଭାରତୀୟଙ୍କୁ ସୋସିଆଲ୍ ମିଡିଆ ଜରିଆରେ ସାହାଯ୍ୟ କରିବାର ପରମ୍ପରା ଜାରି ରଖିଛି ବୈଦେଶିକ ମନ୍ତ୍ରାଳୟ । କୁୱେତ୍ ସ୍ଥିତ ଭାରତୀୟ ଦୂତାବାସ ସେଠାରେ ଫସିଥିବା ଜଣେ ଭାରତୀୟ ମହିଳାଙ୍କୁ ସ୍ୱଦେଶ ଫେରାଇ ଆଣିବାରେ ଚେଷ୍ଟା କରୁଛନ୍ତି । ଏହି ମହିଳା ଚାକିରୀ ଆଶାରେ ଏଜେଣ୍ଟ୍ ଙ୍କ ଚକ୍କରରେ ପଡ଼ି କୁୱେତ୍ ଚାଲିଗଲେ ଏବଂ ସେଠାରେ ଫସିଗଲେ । ବର୍ତ୍ତମାନ ଉକ୍ତ ମହିଳାଙ୍କୁ ମହିଳା ଆଶ୍ରୟ ଗୃହରେ ରଖାଯାଇଛି । ଟ୍ୱିଟରରେ ସାହାଯ୍ୟ ପାଇଁ ନିବେଦନ କରିବାରୁ ବୈଦେଶୀକ ମନ୍ତ୍ରୀ ଏସ୍ . ଜୟଶଙ୍କର ଏଥିରେ ପ୍ରତିକ୍ରିୟା ଜାହିର କରି ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।
Ms. Raji John has been safely accommodated in the female shelter by our Embassy @indembkwt. We are working with the local authorities to facilitate her return home. https://t.co/J7XIB3qJnH
— Dr. S. Jaishankar (@DrSJaishankar) October 10, 2019
ଟ୍ୱିଟରରେ ଜଣେ ବ୍ୟକ୍ତି ଡ଼ା.ଏସ୍ ଜୟଶଙ୍କରଙ୍କୁ କୁୱେତ୍ ରେ ଫସିଥିବା ରାଜୀ ଜନ୍ ଷ୍ଟିଫେନ୍ ନାମକ ଜଣେ ମହିଳାଙ୍କ ସହାୟତା କରିବା ପାଇଁ ନିବେଦନ କରିଥିଲେ । ମହିଳା ଜଣକ ଗୁରଦାସପୁରର ବୋଲି ଜଣାପଡିଛି । ଚାକିରୀ ଆଶାରେ ସେ ଏଜେଣ୍ଟଙ୍କ କଥାରେ ପଡି କୁୱେତ୍ ଚାଲିଯାଇଥିଲେ ଯେଉଁଠାରେ ତାଙ୍କୁ ଏବେ ନିର୍ଯାତନା ଦିଆଯାଉଛି । ପରିବାର ଲୋକ ଝିଅର ସ୍ୱଦେଶ ଫେରିବା ନେଇ ଖୁବ୍ ଚିନ୍ତାରେ ରହିଛନ୍ତି । ତେବେ ଏହାର ଉତ୍ତରରେ ଜୟଶଙ୍କର କହିଥିଲେ , ରାଜୀ ଜନ୍ ଷ୍ଟିଫେନ୍ ଭାରତୀୟ ଦୂତାବାସର ମହିଳା ଆଶ୍ରୟ ଗୃହରେ ସୁରକ୍ଷିତ ଅଛନ୍ତି । ତାଙ୍କର ସ୍ୱଦେଶ ଫେରିବା ନେଇ ଆମେ ସ୍ଥାନୀୟ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଛୁ ।
Our Embassy @IndiainThailand is in touch with the bereaved family and is providing all assistance in this difficult time. https://t.co/slCJrpBe1P
— Dr. S. Jaishankar (@DrSJaishankar) October 10, 2019
ଅନ୍ୟପଟେ , ସାହାଯ୍ୟ ଆଶାରେ ଜଣେ ବ୍ୟକ୍ତି ବିଦେଶ ମନ୍ତ୍ରୀ ଏସ୍ . ଜୟଶଙ୍କରଙ୍କୁ ଫୁକେଟ୍ ରେ ଦୂର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣେ ଭାରତୀୟ ମହିଳାଙ୍କ ଶବକୁ ସ୍ୱଦେଶ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି । ଏନେଇ ଏସ୍ .ଜୟଶଙ୍କର କହିଛନ୍ତି , ଥାଇଲ୍ୟାଣ୍ଡ ସ୍ଥିତ ଭାରତୀୟ ଦୂତାବାସର ଶୋକାକୂଳ ପରିବାରରେ ମହିଳାଙ୍କ ଶବକୁ ରଖାଯାଇଛି । ଖୁବଶୀଘ୍ର ମହିଳାଙ୍କ ଶବକୁ ଭାରତ ଅଣାଯିବ । ଆପଣଙ୍କୁ କହିରଖୁଛୁ ପୂର୍ବ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଟ୍ୱିଟର୍ ସହାୟତାରେ ବିଦେଶରେ କୌଣସି ଭାରତୀୟ ଫସିଥିଲେ ତାଙ୍କ ସହାୟତା କରିବାରେ ସକ୍ରିୟତା ଦେଖାଉଥିଲେ । ସୁଷମା ସ୍ୱରାଜଙ୍କ ନିଧନ ପରେ ତାଙ୍କର ଏଭଳି ମହନୀୟ କାମକୁ ଖୁବ୍ ପ୍ରଶଂସା କରାଯାଉଥିଲା । ସୁଷମାଙ୍କ ପଥରେ ଚାଲୁଥିବା ବିଦେଶ ମନ୍ତ୍ରୀ ଏସ୍ .ଜୟଶଙ୍କରଙ୍କୁ ମଧ୍ୟ ଖୁବ୍ ପ୍ରଶଂସା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/images-5-5.jpg)