କନକ ବ୍ୟୁରୋ: ଭାରତ ଆସିବାକୁ ପାକିସ୍ତାନକୁ ଆମନ୍ତ୍ରଣ । ମେ ମାସରେ ଗୋଆରେ ଆୟୋଜିତ ହେବ ଏସସିଓ ବୈଠକ । ତେଣୁ ଭାରତ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କୁ ଯୋଗ ଦେବାକୁ ନିମନ୍ତ୍ରଣ କରିଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଜରିଆରେ ତାଙ୍କ ପ୍ରତିପକ୍ଷଙ୍କୁ ଏହି ଆମନ୍ତ୍ରଣ ପଠାଇଛନ୍ତି । ଯଦି ପାକିସ୍ତାନ ଭାରତର ନିମନ୍ତ୍ରଣକୁ ଗ୍ରହଣ କରେ ତେବେ ଦୀର୍ଘ ୧୨ ବର୍ଷ ପରେ ପାକିସ୍ତାନର କୌଣସି ସରକାରୀ ଅଧିକାରୀ ଭାରତ ଗସ୍ତରେ ଆସିବେ ।
ଅନ୍ତିମ ଥର ପାଇଁ ୟୁପିଏ ସରକାର ବେଳେ ୨୦୧୧ରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ହିନା ରବିନା ଖାନ୍ ଭାରତ ଗସ୍ତରେ ଆସିଥିଲେ । ତେଣୁ ଏବେ ଯଦି ଭୁଟୋ ଭାରତ ଗସ୍ତରେ ଆସିବେ ତାହେଲେ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କରେ ଗୋଟିଏ ବଡ ପରିବର୍ତନ ଆସିବ । ଆତଙ୍କବାଦକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଜାରି ରହିଛି । ଉଭୟ କ୍ରୀଡା ଠାରୁ ଆରମ୍ଭ କରି କୂଟନୀତିକ ସ୍ତରରେ ଦୁଇ ଦେଶ ମଧ୍ୟରେ ବିବାଦ ରହିଛି । ଭାରତ ଏହି ଆମନ୍ତ୍ରଣ କରିବା ପୂର୍ବରୁ ଆର୍ଥିକ ସମସ୍ୟାର ସାମ୍ନା କରୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ସହିତ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ । ଏସସିଓ ବୈଠକରେ ଯୋଗ ଦେବାକୁ ଭାରତ ପାକିସ୍ତାନ ବ୍ୟତୀତ ଚୀନ, ରୁଷ, କାଜାକିସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନକୁ ନିମନ୍ତ୍ରଣ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/01/1671191323bilawal-bhutto-zardari167119896616715230_1674545330.jpg)