ଜୟଶଙ୍କରଙ୍କ ଗୋଟିଏ ଫୋନ କଲରେ ଇରାନର ବଡ ପଦକ୍ଷେପ । ମୁକ୍ତ ହେବେ ୧୭ ଭାରତୀୟ କ୍ରୁ ମେମ୍ବର ।

Advertisment
ଜୟଶଙ୍କରଙ୍କ ଗୋଟିଏ ଫୋନ କଲରେ ଇରାନର ବଡ ପଦକ୍ଷେପ । ମୁକ୍ତ ହେବେ ୧୭ ଭାରତୀୟ କ୍ରୁ ମେମ୍ବର ।

କନକ ବ୍ୟୁରୋ: ଖୁବ ଶୀଘ୍ର ମୁକ୍ତ ହେବେ ୧୭ ଜଣ ଭାରତୀୟ କ୍ରୁ ମେମ୍ବର୍ସ । ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ମାଲବାହୀ ଜାହାଜ ଏମଏସସି ଏଆରସିର ୧୭ ଜଣ ଭାରତୀୟ କ୍ରୁ ମେମ୍ବରଙ୍କ ସୁରକ୍ଷା ଏବଂ ଶୀଘ୍ର ମୁକ୍ତ କରିବା ପାଇଁ ଭାରତ ଇରାନ ସହ ନିରନ୍ତର ଯୋଗାଯୋଗରେ ରହିଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗୋଟିଏ ଫୋନ୍ କଲେରେ ତତ୍ପର ହୋଇଛନ୍ତି ଇରାନ୍ ବିଦେଶ ମନ୍ତ୍ରୀ । ଭାରତୀୟ ପ୍ରତିନିଧିଙ୍କୁ ଖୁବଶୀଘ୍ର 'ଏମଏସସି ଏରି'ର ଭାରତୀୟ କ୍ରୁ ମେମ୍ବରଙ୍କୁ ଭେଟିବାକୁ ଅନୁମତି ଦିଆଯିବ ବୋଲି କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ଅମୀର ଅବଦୁଲ୍ଲାୟନ। ଏସ ଜୟଶଙ୍କର ଅମୀର ଅବଦୁଲ୍ଲାୟନଙ୍କ ସହ କଥା ବାର୍ତ୍ତା କରୁଥିବା ବେଳେ ପ୍ରଥମେ ଭାରତୀୟ କ୍ରୁ ମେମ୍ବର୍ସଙ୍କ ପ୍ରସଙ୍ଗ ଉଠାଇଥିଲେ ।

ଦୁଇ ଦେଶର ଯୁଦ୍ଧ ମଧ୍ୟରେ ଇରାନ ଇସ୍ରାଏଲର ଏକ ଜାହାଜ 'ଏମଏସସି ଏରି'କୁ ନିଜ କବଜାକୁ ନେଇଯାଇଛି, ଜାହାଜରେ ଥିବା ୨୫ ସଦସ୍ୟଙ୍କ ମଧ୍ୟରୁ ୧୭ଜଣ ଭାରତୀୟ ଅଛନ୍ତି । ଏହା ଜଣାପଡିବା ପରେ ସେମାନଙ୍କ ସୁରକ୍ଷିତ ମୁକ୍ତି ପାଇଁ ଭାରତୀୟ ସରକାର ଲଗାତାର ଇରାନ୍ ସରକାରଙ୍କ ସହ ସମ୍ପର୍କରେ ଥିବା ଜଣାପଡିଛି । ଏବଂ ଖୁବ ଶୀଘ୍ର ସମସ୍ତ ଭାରତୀୟ ଚାଳକଙ୍କୁ ମୁକ୍ତି ମିଳିବ ବୋଲି ମଧ୍ୟ ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe