ବାଲେଶ୍ୱରରେ ବିଜେପି, ତିର୍ତ୍ତୋଲରେ ବିଜେଡି ଆଗରେ: ୧୩ ରାଉଣ୍ଡରେ ବାଲେଶ୍ୱରରେ ୩୬୦ ଭୋଟରେ ବିଜେପି ଆଗୁଆ; ତିର୍ତ୍ତୋଲରେ ୧୦୨୨ ଭୋଟରେ ବିଜେଡି ଆଗରେ

177

କନକ ବ୍ୟୁରୋ: ବାଲେଶ୍ୱର-ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟ୍ ଗଣତିର ଆସିଲା ୧୩ ରାଉଣ୍ଡ ଫଳାଫଳ । ତେବେ ଏହି ଆସନରେ ବି ଆଗୁଆ ରହିଛି ବିଜେଡି । ବିଜୟର ଗୋଟିଏ ପରେ ଗୋଟିଏ ସୋପାନକୁ ଚଢି ଚାଲିଛି ବିଜୁ ଜନତା ଦଳ । ତେବେ ତିର୍ତ୍ତୋଲ ଆସନରେ ଭୋଟ୍ ଗଣତିର ୧୩ ରାଉଣ୍ଡ ଶେଷ ସୁଦ୍ଧା ବାଜି ମାରିଛି ବିଜେଡି । ବିଜେଡିର ତିର୍ତ୍ତୋଲ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୩୧୧୪ଟି ଭୋଟ୍ ମିଳିଥିବା ବେଳେ ବଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ମିଳିଛି ୨୦୯୨ଟି ଭୋଟ୍ । ସେହିପରି କଂଗ୍ରେସ ପ୍ରାର୍ଥୀ  ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ମିଳିଛି ୫୯୪ଟି ଭୋଟ୍ । ତେବେ ୧୩ ରାଉଣ୍ଡ ସେଷ ସୁଦ୍ଧା ବିଜେପି ଠାରୁ  ୧୯ ହଜାର ୨୬୪ଟି ଭୋଟ୍ ର ଆଗୁଆ ରହିଛି ବିଜେଡି ।

ଅନ୍ୟପଟେ ବାଲେଶ୍ୱର ସଦର ଆସନରେ କିନ୍ତୁ ବିଜେପି-ବିଜେଡି ମଧ୍ୟରେ ଜାରି ରହିଛି କଡା ଟକ୍କର । ୧୩ ରାଉଣ୍ଡ ଭିତରେ ବିଜେଡି ୧୦ଟି ପର୍ଯ୍ୟାୟ ଭୋଟ୍ ଗଣତିରେ ଆଗୁଆ ରହିଥିବା ବେଳେ ବିଜେପି ମାତ୍ର ୩ଟି ରାଉଣ୍ଡରେ ଆଗରେ ରହିଛି । ତେବେ ୧୩ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବାଲେଶ୍ୱର ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସଙ୍କୁ ୩୪୮୧ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତ ହାତେଇଛନ୍ତି ୩୮୪୧ଟି  ଭୋଟ୍ । ଅନ୍ୟପକ୍ଷରେ  କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ମିଳିଛି ମାତ୍ର ୮୭ଟି ଭୋଟ୍ । ସେହିଭଳି ୧୩ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବାଲେଶ୍ୱରରେ ବିଜେପିଠାରୁ ବିଜେଡି ମାତ୍ର  ୫ ହଜାର ୯୪୮ ଖଣ୍ଡ ଭୋଟରେ ଆଗରେ ରହିଛି ।