ସଚିନ୍ ତେନ୍ଦୁଲକର, ୟୁସୁଫ ପଠାନଙ୍କ ପରେ କରୋନା ପଜିଟିଭ୍ ହେଲେ ବଦ୍ରିନାଥ । ସାଙ୍ଗ ହୋଇ ଖେଳିଥିଲେ ୱାର୍ଲଡ୍ ରୋଡ୍ ସେଫଟି ସିରିଜ୍ ।

148

କନକ ବ୍ୟୁରୋ: ୱାର୍ଲଡ ରୋଡ୍ ସେଫଟି କ୍ରିକେଟ୍ ସିିରିଜ୍ ଖେଳିଥିବା କ୍ରିକେଟରମାନେ ଏବେ ଜଣକ ପରେ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବାରେ ଲାଗିଛନ୍ତି । ସଚିନ ଏବଂ ୟୁସୁଫ ପୁଠାନଙ୍କ ପରେ ଏବେ ପୂର୍ବତନ ଭାରତୀୟ ଖେଳାଲି ସୁବ୍ରମଣ୍ୟମ ବଦ୍ରିନାଥ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ।

ଟୁଇଟ୍ କରି ବଦ୍ରିନାଥ ଲେଖିଛନ୍ତି, ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ପାଖରେ କରୋନାର ସାମାନ୍ୟତମ ଲକ୍ଷଣ ଦେଖିବାକୁ ମିଳୁଛି । ସେ ନିଜକୁ ଆଇସୋଲେସନରେ ରଖିବା ସହିତ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିସହ ତାଙ୍କ କଣ୍ଟାକ୍ଟରେ ଆସିଥିବା ଲୋକଙ୍କୁ ସେ ତୁରନ୍ତ ଟେଷ୍ଟିଂ କରାଇନେବାକୁ ପରାମର୍ଶ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ୱାର୍ଲଡ ରୋଡ୍ ସେଫଟି କ୍ରିକେଟ୍ ସିରିଜ ଖେଳିଥିବା ତିନିଜଣ ଖେଳାଳି ଏବେ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି । ଯେଉଁମାନେ ହେଲେ ସଚିନ ତେନ୍ଦୁଲକର, ୟୁସୁଫ ପଠାନ ଏବଂ ଏସ୍ ବଦ୍ରିନାଥ । ତେବେ ଅନ୍ୟ ଖେଳାଳିମାନେ ଏହି ସିରିଜରେ ଭାଗ ନେଇଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଆଗାମୀ ଦିନରେ ବଢିପାରେ ବୋଲି ମଧ୍ୟ ଆଶଙ୍କା ଦେଖାଦେଇଛି ।