କରୋନା ଭୂତାଣୁର ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ବିରୋଧରେ ଅଳ୍ପ ପ୍ରଭାବ ପକାଉଛି ମଡେନା ଓ ଫାଇଜର ଟିକା : ଅଧ୍ୟୟନରୁ ଜଣାପଡ଼ିଲା ତଥ୍ୟ

୧୨ ଦଶମିକ ୪ ପ୍ରତିଶତ କମ୍ ପ୍ରଭାବ ପକାୁଛି ମଡେନା ଟିକା, ୧୦ ଦଶମିକ ୩ ପ୍ରତିଶତ କମ୍ ପ୍ରଭାବ ପକାଉଛି ଫାଇଜର ଟିକା

160

କନକ ବ୍ୟୁରୋ : କରୋନା ଭୂତାଣୁର ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ବିରୋଧରେ ବିଶେଷ ପ୍ରଭାବୀ ନୁହେଁ ମଡେର୍ଣ୍ଣା ଓ ଫାଇଜର ଟିକା । ନୂଆ ଅଧ୍ୟୟନରୁ ଜଣାପଡିଛି ଏଭଳି ଚିନ୍ତା କଲାଭଳି ତଥ୍ୟ । ଆମେରିକାର ପ୍ରାୟ ୨୦ଟି ରାଜ୍ୟରେ କରୋନାର ଏହି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ- ‘ବି ପଏଂଟ୍ ୱାନ ପଏଂଟ ଥ୍ରୀ ଫାଇବ ୱାନ୍’ ଦେଖାଦେଇଛି । ହେଲେ କରୋନାର ଏହି ନୂଆ ପ୍ରକାର ବା ଷ୍ଟ୍ରେନ ବିରୋଧରେ ଆମେରିକା ପ୍ରସ୍ତୁତ ଉଭୟ ମଡେର୍ଣ୍ଣା ଓ ଫାଇଜର ଟିକା କମ୍ ପ୍ରଭାବ ପକାଉଥିବା ଅଧ୍ୟୟନରେ କୁହାଯାଇଛି ।

ଏହି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ବିରୋଧରେ ମଡେର୍ଣ୍ଣା ଟିକା ୧୨. ୪ ପ୍ରତିଶତ କମ୍ ପ୍ରଭାବ ପକାଉଥିବାବେଳେ ଫାଇଜର ଟିକା ୧୦.୩ ପ୍ରତିଶତ କମ୍ ପ୍ରଭାବୀ ସାବ୍ୟସ୍ତ ହୋଇଛି । ଏହି ଭୂତାଣୁ ଦ୍ୱାରା ପ୍ରଭାବିତ ଲୋକଙ୍କ ନମୂନା ସଂଗ୍ରହ କରି ଲାବୋରେଟୋରୀରେ ପରୀକ୍ଷା କରିଥିଲେ କଲମ୍ବିୟା ବିଶ୍ୱବିଦ୍ୟାଳୟର ଏକ ଗବେଷକ ଦଳ । ଯାହା ଆମେରିକାର ଚିନ୍ତା ବଢାଇ ଦେଇଛି । ଗତବର୍ଷ ଅକ୍ଟୋବର ବେଳକୁ ଦକ୍ଷିଣ ଆଫ୍ରିକାରେ କରୋନାର ଏହି ନୂଆ ସ୍ୱରୂପ ସାମ୍ନାକୁ ଆସିଥିଲା । ଯାହା ବର୍ତମାନ ସୁଦ୍ଧା ପ୍ରାୟ ୪୨ଟି ଦେଶକୁ ବ୍ୟାପି ସାରିଛି ।