କନକ ବ୍ୟୁରୋ : ନିଜ କୋ-ଡ୍ୟାନ୍ସର ବୈରାଗୀ ସେଠୀକୁ ଭେଟିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର । ସୋସିଆଲ ମିଡିଆରେ ବୈରାଗୀଙ୍କ ଦୁଃଖ କାହାଣୀ ଦେଖି ସିଦ୍ଧାନ୍ତ ଆସି ପହଞ୍ଚିଥିଲେ ବୈରାଗୀଙ୍କ କଟକ ଫାଷ୍ଟଫୁଡ ଦୋକାନରେ । ସିଦ୍ଧାନ୍ତ ମହାପାତ୍ରଙ୍କୁ ପାଖରେ ଦେଖି ବୈରାଗୀ ଦୌଡି ଆସି ଭାବବିହ୍ୱଳ ହୋଇପଡିଥିଲେ ।
ସିଦ୍ଧାନ୍ତ ବି ବୈରାଗୀଙ୍କୁ କୁଣ୍ଢାଇ ପକାଇଥିଲେ । ପରେ ମୁନ୍ନା ଭାଇ ତାଙ୍କୁ କିଛି ଉପହାର ଦେଇଥିଲେ । ଏବେ ମଧ୍ୟ ଦରକାର ପଡିଲେ ସେ ବୈରାଗୀଙ୍କ ସହ କାମ କରିବେ ବୋଲି ସିଦ୍ଧାନ୍ତ କହିଛନ୍ତି । ବୈରାଗୀ ଅନେକ ଫିଲ୍ମରେ ସିଦ୍ଧାନ୍ତଙ୍କ ସହ ୯୦ ଦଶକରେ କାମ କରିଥିଲେ । କିନ୍ତୁ ଏବେ ସେ ଏକ ଫାଷ୍ଟଫୁଡ ଦୋକାନ କରି ଗୁଜୁରାଣ ମେଂଟାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/34-3.jpg)