କନକ ବ୍ୟୁରୋ : ଚନ୍ଦ୍ର ଅଭିଯାନର ସଫଳତା ପରେ ଆଜି ଭାରତ ଆରମ୍ଭ କରିଛି ସୂର୍ଯ୍ୟ ଅଭିଯାନ । ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଦିତ୍ୟ ଏଲ ୱାନକୁ ପ୍ରେରଣ କରିଛି ଇସ୍ରୋ । ଆଦିତ୍ୟ ଏଲ-ୱାନକୁ ନେଇ ମହାକାଶକୁ ଗଲା ପିଏସଏଲଭି-ଏକ୍ସଏଲ ରକେଟ୍ । ସୂର୍ଯ୍ୟଯାନ ଉତକ୍ଷେପଣର ୧୨୭ ଦିନ ଯାତ୍ରା କରିବା ପରେ ୧୫ ଲକ୍ଷ କିଲୋମିଟର ଲେଙ୍ଗରେଜିୟନ ପଏଣ୍ଟରେ ପହଞ୍ଚିବ । ଆଦିତ୍ୟଏଲ-୧ ମହାକାଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧ ଦଶମିକ ୫ ନିୟୁତ କିମି ଉଚ୍ଚରେ ହାଲୋ ଅରବିଟରରେ ସ୍ଥାପନ କରିବ ।

Advertisment

ଯାହା ଇସ୍ରୋ ପାଇଁ ଏକ ଜଟିଳ କାର୍ଯ୍ୟ । କାରଣ ହାଲୋ ଅରବିଟରରେ ପୃଥିବୀର ଆକର୍ଷଣ ଶକ୍ତି ଶେଷ ହେଉଛି ଓ ସୂର୍ଯ୍ୟର ଆକର୍ଷଣ ଶକ୍ତି ଆରମ୍ଭ ହେଉଛି । ଏଠାରେ କୌଣସି ଛୋଟ ବସ୍ତକୁ ଦୀର୍ଘ ସମୟ ରଖାଯାଇପାରିବ । ତେବେ ସୌର ଯାନର ଗତିକୁ ନିୟନ୍ତ୍ରଣ କରାନଗଲେ ତାହା ସିଧା ସୂର୍ଯ୍ୟ ଅଭିମୁଖେ ଚାଲିଯିବାର ଆଶଙ୍କା ରହିଛି । ହାଲୋ ଅରବିଟରରେ ସୂର୍ଯ୍ୟ ଯାନକୁ ସ୍ଥାପନ କରି ଭାରତ ସୂର୍ଯ୍ୟ ଉପରେ ଅନୁଧ୍ୟାନ କରି ତଥ୍ୟ ହାସଲ କରିବ । ଆଦିତ୍ୟ ଏଲ-୧ରେ ମୋଟ ୭ଟି ପେଲେଡ ରହିଛି । ଏହି ସୌରଯାନ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବେଳେ ଏହା ଉପରେ ସାରା ବିଶ୍ୱର ନଜର ରହିଛି ।

ଲାଗରେଞ୍ଜ ପଏଂଟ୍ କ’ଣ ?

– ଯେକୌଣସି ଗ୍ରହର ଚାରିପାଖରେ ୫ଟି ସ୍ଥାନ ରହିଛି ଯାହାକୁ ମାଧ୍ୟାକର୍ଷଣ ଶକ୍ତି, ସ୍ପେଶକ୍ରାଫ୍ଟ ଓ ଗ୍ରହଗୁଡିକର ଗତିବିଧି ଜାଣିବା ପାଇଁ ଉତ୍ତମ ବୋଲି ବିଚାର କରାଯାଏ
– ପୃଥିବୀର ଚାରି ପାଖରେ ଏହିଭଳି ୫ଟି ସ୍ଥାନ ରହିଛି ଯାହାକୁ ଲାଗରେଞ୍ଜ ପଏଂଟ୍ ବୋଲି କୁହାଯାଉଛି
– ଇଟାଲି ଓ ଫ୍ରାନ୍ସର ଗଣିତଜ୍ଞ ଜୋସେଫ ଲୁଇ ଲାଗରେଞ୍ଜଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି
– ୧୮ଶହ ଶତାବ୍ଦିରେ ଜୋସେଫ ଲୁଇ ଲାଗରେଞ୍ଜ ପୃଥିବୀର ମାଧ୍ୟାକର୍ଷଣ ଓ ସୂର୍ଯ୍ୟର ମହାକର୍ଷଣ ଶକ୍ତି ବାହାରେ ମହାକାଶରେ ୫ଟି ବିନ୍ଦୁ ଚିହ୍ନଟ କରିଥିଲେ
– ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ରହିଥିବା ଏହିସବୁ ବିନ୍ଦୁକୁ ଲାଗରେଞ୍ଜ ପଏଂଟ୍ ୧, ୨, ୩, ୪ ଓ ୫ରେ ନାମକରଣ କରାଯାଇଛି

କାହିଁକି ବଛାଗଲା ଏଲ-୧ ପଏଂଟ୍ ?

– ହାଲୋ ଅର୍ବିଟ୍ ବା ଲାଗରେଞ୍ଜ ପଏଂଟ୍-୧
– ଲାଗରେଞ୍ଜ ପଏଂଟ୍-୧ରେ ରହିବ ଆଦିତ୍ୟ
– ଏଠାରେ ସୂର୍ଯ୍ୟ ଓ ପୃଥିବୀର ଆକର୍ଷଣ ଶକ୍ତି ସମାନ
– ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରତ୍ୟେକ ଜିନିଷକୁ ନିଜ ଆଡକୁ ଟାଣେ
– ସୂର୍ଯ୍ୟର ମହାକର୍ଷଣ ଶକ୍ତି ମଧ୍ୟ ଯେକୌଣସି ବସ୍ତୁକୁ ଟାଣିଥାଏ
– କିନ୍ତୁ ଲାଗରେଞ୍ଜ ପଏଂଟ୍ରେ ଉଭୟ ଶକ୍ତି ସମାନୁପାତରେ ରହିଛି
– ପୃଥିବୀଠାରୁ ଏହାର ଦୂରତା ୧୫ ଲକ୍ଷ କିଲୋମିଟର
– ସେହିପରି ସୂର୍ଯ୍ୟଠାରୁ ୧୪ କୋଟି ୮୫ ଲକ୍ଷ କିମି ଦୂର
– ଏହିଠାରେ ରହି ସୂର୍ଯ୍ୟକୁ ଅନୁଧ୍ୟାନ କରିବ ଆଦିତ୍ୟ
– ସୂର୍ଯ୍ୟ ପରାଗ ସମୟରେ ମଧ୍ୟ ଏଠାରୁ ସୂର୍ଯ୍ୟକୁ ଦେଖିପାରିବ ଆଦିତ୍ୟ
– ୨୪ ଘଂଟା ସୂର୍ଯ୍ୟ ଉପରେ ନଜର ରଖିପାରିବ ଭାରତର ସାଟେଲାଇଟ୍