କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା: ଏନସିବି ଜେରା ବେଳେ କାନ୍ଦିଲେ ଆରୟନ୍

206

କନକ ବ୍ୟୁରୋ: ଦ୍ୱିତୀୟ ଦିନ ଏନସିବି ଜେରା ବେଳେ କାନ୍ଦିଲେ ଶାହାରୁଖଙ୍କ ପୁଅ ଆରୟନ । ଏନସିବି ଅଧିକାରୀ ଆଜି ମଧ୍ୟ ତାଙ୍କୁ ମାରାଥନ ଜେରା କରିଛନ୍ତି ।ଏହି ସମୟରେ କୋହ ସମ୍ଭାଳି ପାରିନଥିଲେ ଆରୟନ୍ । ଏହାସହ ସେ ଗତ ୪ ବର୍ଷ ହେବ ଡ୍ରଗ୍ସ ସେବନ କରୁଥିବା ମଧ୍ୟ ସେ କୋହଭରା କଣ୍ଠରେ ସ୍ୱୀକାର କରିଥିବା ଜଣାପଡିଛି ।ଗିରଫ ଆର୍‌ୟନ୍‌ଙ୍କୁ ‘ଏନ୍‌ସିବି’ ଅଧିକାରୀମାନେ ଶାହାରୁଖ ଖାନ୍‌ଙ୍କ ସହ ପ୍ରାୟ ଦୁଇ ମିନିଟ୍‌ କଥାବାର୍ତ୍ତା କରିବାକୁ ସୁଯୋଗ ଦେଇଥିଲେ।

‘ଏନ୍‌ସିବି’ ସୂତ୍ରରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଇଂଲଣ୍ଡ, ଦୁବାଇ ଏବଂ ଅନ୍ୟ ଦେଶମାନଙ୍କରେ ଥିବା ବେଳେ ମଧ୍ୟ ଆର୍‌ୟନ୍‌ ଖାନ୍‌ ମାଦକ ଦ୍ରବ୍ୟ ସେବନ କରୁଥିଲେ।ରବିବାର ଦିନ ଉକ୍ତ ‘ରେଭ୍‌ ପାର୍ଟି’ରୁ ଅଟକ ଥିବା ସମୁଦାୟ ୮ଜଣଙ୍କୁ ‘ଏନ୍‌ସିବି’ ଗିରଫ କରିଥିଲା। ଆର୍‌ୟନ୍‌ ଖାନ୍‌ଙ୍କ ବ୍ୟତୀତ ଏଥିରେ ଗିରଫ ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ମୁନ୍‌ମୁନ୍‌ ଧାମେଚା, ଅର୍ବାଜ୍‌ ମର୍ଚାଣ୍ଟ୍‌, ଇଶ୍‌ମିତ୍‌ ସିଂହ, ମୋହକ ଜସ୍‌ଓ୍ଵାଲ୍‌, ଗୋମିତ ଚୋପ୍ରା, ନୂପୁର ସାରିକା ଏବଂ ବିକ୍ରାନ୍ତ ଛୋକର୍‌। ଆର୍‌ୟନ୍‌ ଖାନ୍‌ ଏବଂ ଅର୍ବାଜ୍‌ଙ୍କ ବନ୍ଧୁତ୍ୱ ପ୍ରାୟ ୧୫ ବର୍ଷ ପୁରୁଣା।

ଆର୍‌ୟନ୍‌ ଖାନ୍‌, ମୁନମୁନ୍‌ ଧାମେଚା ଏବଂ ଅର୍ବାଜ୍‌ ମର୍ଚାଣ୍ଟ୍‌ଙ୍କୁ ରବିବାର ଦିନ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ସେମାନଙ୍କୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ‘ଏନ୍‌ସିବି’ ହାଜତକୁ ରିମାଣ୍ଡ୍‌ରେ ପଠାଇ ଦେଇଛନ୍ତି।