କନକ ବ୍ୟୁରୋ: ମୁମ୍ବାଇ ଅନେ୍ଧରୀ ଇଷ୍ଟ ବିଧାନସଭା ନିର୍ବାଚନରେ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀର ପ୍ରାର୍ଥୀ ଋତୁଜା ଲଟକେ ବିଜୟୀ ହୋଇଛନ୍ତି । ଋତୁଜା ମୋଟ ୬୬ ହଜାର ୫୩୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ତେବେ ସବୁଠାରୁ ରୋଚକ କଥା ହେଉଛି ଦ୍ୱିତୀୟ ସ୍ଥାନରେ ରହିଛି ନୋଟା । ନୋଟାରେ ୧୨ ହଜାର ୮୦୬ ଖଣ୍ଡ ଭୋଟ ପଡିଛି । ତୃତୀୟ ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ରାଜେଶ ତ୍ରିପାଠୀ ରହିଛନ୍ତି । ସେ ମୋଟ ୧ ହଜାର ୫୭୧ ଖଣ୍ଡ ଭୋଟ ପାଇଛନ୍ତି । ଦାଦର ଶିବସେନା ଭବନ ଏବଂ ଅନେ୍ଧରୀ ଅଞ୍ଚଳରେ ଠାକରେ ଗୋଷ୍ଠୀର ଶିବସେନା କର୍ମୀ ଉତ୍ସବ ପାଳନ କରିଛନ୍ତି । ମୁମ୍ବାଇ ମହାନଗରପାଳିକା ନିର୍ବାଚନ ପୂର୍ବରୁ ଏହି ବିଜୟ ଠାକରେ ଗୋଷ୍ଠୀଙ୍କ ଉତ୍ସାହ ବୃଦ୍ଧି କରିଛି ।
ଶିବସେନାରେ ବିଦ୍ରୋହ ପରେ ଦଳର ନାମ ତଥା ସଙ୍କେତ ହଟାଇ ଦିଆଯାଇଥିଲା । ଉଦ୍ଧବ ଗୋଷ୍ଠୀର ନାମ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ରଖାଯାଇଥିବା ବେଳେ ତାଙ୍କୁ ନୂଆ ନିର୍ବାଚନୀ ଚିହ୍ନ ମଶାଲ ମିଳିଥିଲା । କମ ସମୟରେ ନୂଆ ନାମ ତଥା ନୂଆ ନିର୍ବାଚନୀ ସଙ୍କେତରେ ଭୋଟରଙ୍କ ପାଖକୁ ଯିବା ଏବଂ ତାଙ୍କ ସମର୍ଥନ ପାଇବା ଦଳ ପାଇଁ ଖୁସିର ବିଷୟ । ସିନେ୍ଧ ଗୋଷ୍ଠୀର ବିଦ୍ରୋହ ପରେ ଠାକରେ ଗୋଷ୍ଠୀକୁ ଏହି ବଡ ବିଜୟ ମିଳିଛି ।
ପୂର୍ବରୁ ବିଜେପି ଏଠାରେ ନିଜର ପ୍ରାଥିତ୍ୱ ପ୍ରତ୍ୟାହାର କରିନେଇଥିଲା । ଦିବଙ୍ଗତ ବିଧାୟକ ରମେଶ ଲଟକେଙ୍କ ପତ୍ନୀ ଋତୁଜାଙ୍କ ବିଜେପି ସମର୍ଥନ ଜଣାଇ ଦଳୀୟ ପ୍ରାର୍ଥୀ ପ୍ରାଥିତ୍ୱ ପ୍ରତ୍ୟାହାର କରିନେଇଥିଲେ । ଏହା ପୂର୍ବରୁ ସିନେ୍ଧ ଗୋଷ୍ଠୀ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରି ପ୍ରାର୍ଥୀ ଦେଇନଥିଲେ । ଏଭଳି ସ୍ଥିତିରେ ଋତୁଜାଙ୍କ ବିଜୟ ଉଦ୍ଧବ ଠାକରେ ଗୋଷ୍ଠୀଙ୍କୁ ଶକ୍ତି ଯୋଗାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/rtutuja-latkee.jpg)