ଉଗ୍ର ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ । ପରମାଣୁ ଆକ୍ରମଣ ନେଇ ରୁଷ ମାରିଲା ୟୁ ଟର୍ଣ୍ଣ !

276

କନକ ବ୍ୟୁରୋ : ପରମାଣୁ ଆକ୍ରମଣକୁ ନେଇ ପଲଟିଲା ରୁଷିଆ । ଗତକାଲି ରୁଷ ବୈଦେଶିକ ମନ୍ତ୍ରୀ କହିଥିଲେ ‘ଯଦି ତୃତୀୟ ବିଶ୍ୱଯୁଦ୍ଧ ହେବ ତାହାଲେ ଏଥିରେ ନିଶ୍ଚିତ ପରମାଣୁ ବୋମାର ବ୍ୟବହାର ହେବ । ସେହିପରି ରୁଷ ରାଷ୍ଟ୍ରପତି ପୁଟିନ ପ୍ରଥମେ ନିଜ ଦେଶର ଅଧିକାରୀଙ୍କୁ ପରମାଣୁ ଆକ୍ଟିଭ କରିବାକୁ କହିଥିଲେ । ଏବେ କିନ୍ତୁ ରୁଷ ବୈଦେଶିକ ମନ୍ତ୍ରୀ ପରମାଣୁ ବୋମା ଆକ୍ରମଣ ଥିଓରୀ ୟୁରୋପୀୟ ଦେଶ ଚିନ୍ତା କରୁଛି ବୋଲି କହିଛନ୍ତି । ଅନ୍ୟପଟେ ରୁଷ ପ୍ରତି ବିପଦ ଥିବା ଦେଖି ଅନେକ ୟୁରୋପୀୟ ଦେଶ ନାଟୋରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।

ଉଗ୍ର ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ । ପରମାଣୁ ଆକ୍ରମଣ ନେଇ ରୁଷ ମାରିଲା ୟୁ ଟର୍ଣ୍ଣ ! ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷ ଗୋଟିଏ ପଟେ ଅନ୍ୟପଟେ ଆମେରିକା ସମେତ ଅନ୍ୟାନ୍ୟ ୟରୋପୀୟ ଦେଶ । ଏପରି ସ୍ଥିତିରେ ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ବୋମାର ବ୍ୟବହାର ହେବ ବୋଲି ଗତକାଲି ରୁଷର ବୈଦିଶିକ ମନ୍ତ୍ରୀ ସେରଗେଇ ଲାଭରୋଭ କହିଥିଲେ । ଏହାକୁ ନେଇ ୟୁରୋପୀୟ ଦେଶ ଏବଂ ଅନ୍ୟାନ୍ୟ ଦେଶ ମଧ୍ୟ ସତର୍କ ହୋଇଛନ୍ତି । କିନ୍ତୁ ଏବେ ସେରଗେଇ କହିଛନ୍ତି, ୟରୋପୀୟ ଦେଶ ପରମାଣୁ ଆକ୍ରମଣ ବାବଦରେ ଚିନ୍ତା କରୁଛି, ରୁଷ ନୁହେଁ । ଯଦି ୟୁରୋପୀୟ୍ ଦେଶ ରୁଷ ଉପରେ ପ୍ରଥମେ ପରମାଣୁ ଆକ୍ରମଣ କରିବ ତାହେଲେ ରୁଷ ମଧ୍ୟ କଡା ଜବାବ ଦେବ । ଯୁଦ୍ଧ ଶେଷ କରିବାକୁ ମୋସ୍କୋ ରାଜି ବୋଲି ସେରଗେଇ କହିଛନ୍ତି ।

ରୁଷ ପ୍ରଥମେ ୟୁକ୍ରେନ ଉପରେ ଆକ୍ରମଣ କରିଛି । ଆଉ ପ୍ରଥମେ ରୁଷ ରାଷ୍ଟ୍ରପତି ପୁଟିନ ପରମାଣୁ ବୋମା ଆକ୍ଟିଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ । ହେଲେ ପରମାଣୁ ବୋମା ୟୁରୋପୀୟ ଦେଶର ଥିଓରୀ କହି ରୁଷ ଏବେ କଣ ବାର୍ତା ଦେବାକୁ ଚାହୁଁଛି ?

ରୁଷକୁ ଭୟ କରୁଛନ୍ତି ୟୁରୋପୀୟ ଦେଶ ! ନାଟୋରେ ସାମିଲ ପାଇଁ ଅନେକ ଦେଶ ଇଚ୍ଛୁକ । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯେଉଁଭଳି ଯୁଦ୍ଧ ତେଜୁଛି ୟୁରୋପୀୟ ଦେଶ ଏବେ ନିଜର ନୀତି ବଦଳାଉଛନ୍ତି । ରବିବାର ଜର୍ମାନୀ ନିଜର ପ୍ରତିରକ୍ଷା ବଜେଟରେ ଦୁଇ ପ୍ରତିଶତ ବଢାଇଛି । ସେହିପରି ସ୍ୱିଡେନ ଏବ ଫିନଲ୍ୟାଣ୍ଡ ଆମେରିକା ନେତୃତ୍ୱାଧୀନ ନାଟୋରେ ସାମିଲ ହେବାକୁ ବିଚାର କରୁଛନ୍ତି । ଆଉ ଏହାର ଜବାବ ଦେବାକୁ ଯାଇ ରୁଷ କହିଛି ଯଦି ଏପରି ହୁଏ ତାହେଲେ ମୋସ୍କୋ କଡା ଚେତାବନୀ ଦେବ ।

ଦୁଇ ଦେଶର ଯୁଦ୍ଧ ଭିତରେ ୟୁରୋପୀୟ ଦେଶ ପ୍ରୟାସ କରୁଛି କିଭଳି ଅନ୍ତର୍ଜାତୀୟ ମଞ୍ଚରେ ରୁଷ ଦୁର୍ବଳ ହୋଇଯିବ । ତେଣୁ ବିଭିନ୍ନ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି ଆମେରିକା ସମେତ ୟୁରୋପୀୟ ଦେଶ । ଯାହାର ପରିଣାମ ରୁଷର ଆର୍ଥିକ ସ୍ଥିତି ଭୁଶୁଡିଯିବା ।