ୟୁକ୍ରେନ ଘନଉଛି ଯୁଦ୍ଧ ଆଶଙ୍କା: ବେଲାରୁସରୁ ନୂଆ ସାଟେଲାଇଟ ଫଟୋ ଜାରି ପରେ ସମରସଜ୍ଜା ପଥରେ ଉଭୟ ଆମେରିକା ଓ ଋଷ

184

କନକ ବ୍ୟୁରୋ: ୟୁକ୍ରେନ ବିବାଦକୁ ନେଇ ମୁହାଁମୁହିଁ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଋଷ ସ୍ଥିତିରେ । ଦୁନିଆରେ ୩ୟ ବିଶ୍ୱଯୁଦ୍ଧ ମୁହାଁ ହେବାକୁ ଲାଗିଲାଣି ବେଲାରୁସରୁ ଆସିଥିବା ସାଟେଲାଇଟ ପିକଚରକୁ ଜଣାପଡୁଛି କି କୌଣସି ମୁହୁର୍ତରେ ଯେଉଁ ଭୟକୁ ନେଇ ଆଶଙ୍କା ଥିଲା ଅର୍ଥାତ ଯୁଦ୍ଧ ହୋଇପାରେ । କାରଣ ବେଲାରସ ପଟୁ ୟୁକ୍ରେନକୁ ଘେରିବା ପାଇଁ ଋଷ ଆରମ୍ଭ କରିଛି ନୂଆ ରଣନୀତି ।ସେପେଟ ଆମେରିକା ବି ନିଜ ସେନାକୁ ପୋଲାଣ୍ଡ ଓ ଅନ୍ୟାନ୍ୟ ସ୍ଥାନରେ ଠୁଳ କରୁଛି । ସ୍ଥିତିକୁ ଦେଖି ଲାଗୁଛି କି କୌଣସି ମୁହୁର୍ତରେ ହୋଇପାରେ ଯୁଦ୍ଧ ।

ୟୁକ୍ରେନ ସଙ୍କଟକୁ ନେଇ ୟୁରୋପ ଛାତିରେ ଏବେ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ପରସ୍ପର ବିରୋଧରେ ଛିଡା ହୋଇଛନ୍ତି । ୟୁକ୍ରେନରେ ଏହି ସମ୍ଭାବ୍ୟ ମହାଯୁଦ୍ଧର ଆଖଡା ହୋଇଥିବାବେଳେ ଆମେରିକା ଓ ଋଷ ଏବେ ନିଜର ଜୋରଦାର ପ୍ରସ୍ତୁତ ପଥରେ । ବେଲାରୁସରୁ ଆସିଥିବା ନୂଆ ସାଟେଲାଇଟ ପିକଚରରେ ଏହି ସଙ୍କେତ ଦେଉଛି କି ହୁଏତ ଖୁବ ଶିଘ୍ର ସାରା ବିଶ୍ୱ ଦେଖିପାରେ ମହାଯୁଦ୍ଧ । କାରଣ ୟୁକ୍ରେନକୁ ଘେରିବା ପାଇଁ ବେଲାରୁସ ପଟୁ ରଣନୀତୀ ଆରମ୍ଭ କରିଛି ଋଷ । ଏହି ସାଟେଲାଇଟ ପିକଚର ଅ।।ମେରିକୀୟ କମ୍ପାନୀ ମେକ୍ସାର ଜାରି କରିଛି । ଋଷ ୟୁକ୍ରେନ ସୀମାରେ ବିପୁଳମାତାର ସୈନ୍ୟ ଓ ହତିଆର ଠୁଳ କରିଥିବା କହିଛି ଆମେରିକା ଆମେରିକାର ଦାବି କି, ଫେବୃଆରୀ ୪ ତାରିଖରେ ଋଷ ନିଜର ଶକ୍ତିଶାଳୀ ହତିଆର ୟେଲସ୍କେ, ରେଚିଟ୍ସା ଓ ଲୁନିୟେଟସ ସୀମାରେ ମୃତୟନ କରିଛି । ୬ ତାରିଖରେ ଜାରି ହୋଇଥିବା ସାଟେଲାଇଟ ପିକଚରରେ ଏହାର ସ୍ପଷ୍ଟ ଚିତ୍ର ରହିଛି । ବରଫ ଭିତରେ ଋଷ ବହୁ ମାତ୍ରାର ହତିଆର ସହ ଯୁଦ୍ଧ ବିମାନ ମୃତୟନ କରିଛି । ବେଲାରୁସର ରିଚ୍ଟେସା ସହରରେ ସେନାର ଅସ୍ଥାୟୀ ଶିବିର ଦେଖିବାକୁ ମିଳିଛି । ସୀମା ବିବାଦ ଭିତରେ ପ୍ରଥମ ଥର ପାଇଁ କୌଣସି ଶିବିର ତିଆରି କରିଛି ଋଷ ।
ସାଟେଲାଇଟ ଫଟୋ ଅ।।ସିବା ପରେ ଏହି କଥାରେ ବି ଖୁଲ୍ଲାସା ହୋଇଛି…

-ଲୁନିୟେଟସରେ ଋଷ ୧୫ଟି ‘ଏସ୍ୟୁ ଆଟାକ ଏୟାରକ୍ରାପ’୍ଟ ଓ ‘ଏସ୍ ୪୦୦ ଏୟାର ଡିଫେନ୍ସ ସିଷ୍ଟମ’ ଋଷ ମୃତୟନ କରିସାରିଛି ।
-ପରମାଣୁ ଆକ୍ରମଣ କରିବାରେ ସକ୍ଷମ ‘ଏସ୍ଏସ୍-୨୬ ସ୍କେଣ୍ଡର ମିସାଇଲ’ ଓ ମଲଟିପୁଲ ରକେଟ ଲଂଚର ୟେଲସ୍କେରେ ରଖାଯାଇଛି ।

ଋଷର ଏଭଳି ଶକ୍ତିଶାଳୀ ହତିଆର ମୃତୟନ ଯୁଦ୍ଧର ଆଶଙ୍କାଙ୍କୁ ଅଧିକ ବୃଦ୍ଧି କରିଛି । ହତିଆର ମୃତୟନ ହୋଇଥିବା ସ୍ଥାନରୁ ୟୁକ୍ରେନ ମାତ୍ର ୫୦ କିଲୋମିଟର ଦୂରରେ ରହିଛି । ଆମେରିକା କହିଛି କି ଶୀତଳ ଯୁଦ୍ଧ ପରେ ଏହା ସବୁ ବଡ ସଂଖ୍ୟକ ହତିଆର ଓ ସେନା ମୃତୟନ କରିଛି ଋଷ । ଏଥିସହ ସୀମାରେ ଉତେଜନା ବୃଦ୍ଧି ପାଇଁ ଋଷକୁ ସିଧାସଳଖ ଦାୟୀ କରିବା ସହ ସର୍ତକ କରାଇଛି ବାଇଡେନ ସରକାର । ସେପଟେ ଋଷ କହିଛି ଏହା ଯୁଦ୍ଧ ପାଇଁ ନୁହେଁ ବଂର ୨୦୨୨ ମଧ୍ୟଭାଗରେ ହେବାକୁ ଥିବା ଯୁଦ୍ଧଭ୍ୟାସ ପାଇଁ ଠୁଳ କରାଯାଇଛି । ସୂଚନା ଅନୁସାରେ ବେଲାରୁସକୁ ଋଷ ନିଜର ଅତିରିକ୍ତ ୩୦ହଜାର ଅତିରିକ୍ତ ସେନା ପଠାଇଛି । ୟୁକ୍ରେନ ନିଜ ସୀମାରେ ୧ଲକ୍ଷ ସୈନିକଙ୍କୁ ମୃତୟନ କରିସାରିଲାଣି । ସେପଟେ ପୋଲାଣ୍ଡକୁ ୧୭ଶହ ଓ ରୋମାନିଆକୁ ୧ହଜାର ସେନାକୁ ସେନା ପଠାଇଛି ଆମେରିକା ।

ୟୁକ୍ରେନ ସୀମାରେ ଲାଗିକି ରହିଛି ବେଲାରୁସ ଓ ପୋଲାଣ୍ଡ । ଯେଉଁଠି ଋଷ ଓ ଆମେରିକା ନିଜ ନିଜର ସେନା ଠୁଳ କଲେଣି । ଗୋଟେ ପଟେ ଋଷ ସୀମାରେ ସେନା ଶକ୍ତି ବୃଦ୍ଧି କରୁଥିବାବେଳେ ସେପଟେ ନିଜ ସେନାକୁ ଆର୍ଲଟ ରଖିଛି ଆମେରିକା । ୟୁକ୍ରେନ ସଙ୍କଟକୁ ନେଇ ଋଷ ଆମେରିକା ମୁହାମୁହିଁ ପରିସ୍ଥିତିରେ । ଘଟଣାକ୍ରମରେ ଋଷ ଓ ଆମେରିକା ପରସ୍ପରକୁ ଯେତିକ ଦୋଷାରୋପ କରୁଛନ୍ତି ତାଠୁ ବେଶୀ ଧମକ ଦେଉଛନ୍ତି । ଏହି ଘଟଣାକ୍ରମରେ ଆମେରିକା ପୁଣି ଥରେ ଋଷକୁ ସର୍ତକବାଣୀ ଶୁଣାଇଛି । ଆମେରିକା ରାଷ୍ଟ୍ରପତିି ଜୋ ବାଇଡେନଙ୍କ ସୁରକ୍ଷା ପରାର୍ମଶଦାତା ଋଷକୁ ସର୍ତକବାଣୀ ଦେଇ କହିଛନ୍ତି—ଋଷ କୌଣସି ସମୟରେ ୟୁକ୍ରେନ ଉପରେ ହମଲା କରିପାରେ । ଯଦି ଯୁଦ୍ଧ ହୁଏ ତେବେ ଋଷକୁ ବଡ ପରିଣାମ ଭୋଗିବାକୁ ପଡିବ । ଏହି ବୟାନ ଋଷ ରାଷ୍ଟ୍ରପତି ଭାଦ୍ଲିମିର ପୁତିନଙ୍କ ଅଭିଯୋଗ ପରେ ଆସିଛି । ଫେବୃଆରୀ ୧ରେ ପୁତିନ କହିଥିଲେ କି ଆମେରିକା ଯୁଦ୍ଧ ପାଇଁ ଉସକାଉଛି । ପୂର୍ବ ୟୂରୋପରେ ସେନାଶକ୍ତି ବୃଦ୍ଧି କରି ସ୍ଥିତିକୁ ବିଗାଡୁଛି ।
ଋଷ ଓ ୟୁକ୍ରେନ୍ ସୀମାରୁ ଯେଭଳି ଦୃଶ୍ୟ ଆସୁଛି, ତାକୁ ଦେଖି ଲାଗୁଛି କୌଣସି ବି ମୁହୁର୍ତରେ ଦୁଇ ଦେଶ ମଧ୍ୟରେ ହୋଇପାରେ ଯୁଦ୍ଧ । ଆଉ ଯଦି ପ୍ରକୃତରେ ଯୁଦ୍ଧ ହୁଏ ତାହାଲେ ମହାବିନାଶକୁ ଏଡାଇବା ଅସମ୍ଭବ ।

ଋଷର ଦାବି କି ୟୁକ୍ରେନକୁ ନାଟୋରେ ସାମିଲ ନକରାଯାଉ ଓ ନାଟୋ ଋଷ ସୀମାରେ ହତିଆର ମୃତୟନ ନକରୁ । କାରଣ ନାଟୋ ଦେଶ ଓ ଆମେରିକାକୁ ଏହି ଅଂଚଳରେ ଦବଦାବ ଜାହିର ପାଇଁ ମୌକା ମିଳିବ । । ୟୁକ୍ରେନ ସଙ୍କଟରେ ପରସ୍ପରର ମୁହାଁମୁହିଁ ହୋଇଥିବା ଆମେରିକା ଓ ଋଷ ପାଖରେ ସୈନ୍ୟ ଶକ୍ତି ଯେତିିକି ରହିଛି ସେତିକି ବଡ ପ୍ରତିରକ୍ଷା ସାମ୍ରାଜ୍ୟ ବ ଅଛି  । ୟୁକ୍ରେନ ପାଇଁ ପରିସ୍ଥିତିରେ ଆମେରିକା ଓ ଋଷ ଭିତରେ ଯଦି ଯୁଦ୍ଧ ହେଉଛି ତେବେ ତାର ଭାରି ପରିଣାମ ସାରା ପରିଣାମ ପୂରା ବିଶ୍ୱକୁ ଭୋଗିବାକୁ ପଡିପାରେ ବୋଲି ଆକଳନ କରାଯାଉଛି । ପୂର୍ବ ୟୁରୋପରେ ଦେଖାଦେଇଥିବା ଏହି ସଙ୍କଟ ସାରା ବିଶ୍ୱ ପାଇଁ ଆଣିପାରେ ମହାବିପତି ।