କନକ ବ୍ୟୁରୋ: ୟୁକ୍ରେନର ସୀମା ନିକଟରେ ଥିବା ଋଷର ଏକ ତୈଳ ଭଣ୍ଡାରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିିଯାଇଛି । ଋଷ ଜରୁରୀକାଳୀନ ସେବା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ସୀମାନ୍ତ ସହ ବ୍ରିୟାନ୍ସରେ ଥିବା ତୈଳ ଭଣ୍ଡାରରେ ସୋମବାର ନିଆଁ ଲଗିଛି । ତୈଳ ଭଣ୍ଡାର ଜଳିବାର ଦୃଶ୍ୟ ସାମାଜିକ ଗଣମାଧ୍ୟରେ ଭାଇରାଲ ହେଉଛି । ତୈଳ ଭଣ୍ଡାର ଜଳିବାର କାରଣ ଜଣାପଡିନାହିଁ ।
ଏହା ପୂର୍ବରୁ ୟୁକ୍ରନର ସେନା ଆକ୍ରମରେ ଋଷର ବେଲଗୋରଡ ସହରରେ ଥିବା ରୋଜନେଫ୍ଟ ତୈଳ ଭଣ୍ଡାର ଜଳିଯାଇଥିଲା । ସେହିପରି ଋଷର ଆକ୍ରମଣରେ ମଧ୍ୟ ୟୁକ୍ରେନର ଖାରକିବ ଅଞ୍ଚଳରେ ଥିବା ଏକ ବଡ ତୈଳ ଡିପୋରେ ନିଆଁ ଲାଗି ଧ୍ୱଂସ ପାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/13-18.jpg)