କନକ ବ୍ୟୁରୋ: ୟୁକ୍ରେନ ସହ ଯୁଦ୍ଧ ବେଳେ ଋଷକୁ ବଡ ଝଟକା ଲାଗିଛି । ବ୍ଲାକ୍ ସି ମଧ୍ୟରେ ବଡ ଧରଣର ବିସ୍ଫୋରଣ ଘଟିବାରୁ ଋଷର ଏକ ବିଶାଳ ମିଶାଇଲ କ୍ରୁଜ୍ ଧ୍ୱଂସ ହୋଇଯାଇଛି । ତେବେ ଏଥିରେ ଥିବା ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟର କହିବା ମୁତାବକ, ସମୁଦ୍ର ମଧ୍ୟରେ ବିସ୍ଫୋରଣ ଯୋଗୁଁ ମିସାଇଲ କ୍ରୁଜ୍ ‘ମୋସକଭା’ର ବିପୁଳ କ୍ଷତି ହୋଇଛି । ପ୍ରଥମେ ଜାହାଜରେ ନିଆଁ ଲାଗିଯାଇଥିଲା । ଏହାପରେ ବିସ୍ଫୋରଣ ହୋଇଥିଲା । କିନ୍ତୁ ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ । ଏହି ମିସାଇଲ କ୍ରୁଜର ଜ୍ଞାନକୌଶଳ ଋଷ ପ୍ରଥମେ ୧୯୭୯ରେ ଲଞ୍ଚ କରାଯାଇଥିଲା । ଏଥିରେ ୧୬ଟି ଆଣ୍ଟି ସିପ୍ ମିସାଇଲ ସହ ଏୟାର ଡିଫେନ୍ସ ମିସାଇଲ , ଟରପୀଡୋଜ୍ ଓ ଅନ୍ୟ ମାରଣାସ୍ତ୍ର ସଂଲଗ୍ନ କରାଯାଇଛି । ଋଷର ଏହି ଯୁଦ୍ଧ ପୋତ ବ୍ଲାକ୍ ସି ଫ୍ଲିଟରେ ସାମିଲ ହୋଇଛି । ଗତ ଫେବୃଆରୀ ମାସରୁ ଏହି ଯୁଦ୍ଧପୋତକୁ ୟୁକ୍ରେନ ବିରୋଧରେ ମୁତୟନ କରାଯାଇଛି ।