ଓଡ଼ିଶା ଆସିଲା ରୁଷିଆ ଟିକା । ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଉପଲବ୍ଧ ହେଉଛି ସ୍ପୁଟନିକ୍ ଭି, ୧୧୪୫ ଟଙ୍କାରେ ମିଳିବ ଗୋଟିଏ ଡୋଜ୍ ।

363

କନକ ବ୍ୟୁରୋ : କରୋନା ବିରୋଧୀ ଲଢେଇର ସାମିଲ ହେଲା ଆଉ ଏକ ଅସ୍ତ୍ର । ଓଡ଼ିଶାକୁ ଆସିଲା ରୁଷିଆ ଟିକା । ଭୁବନେଶ୍ୱରରେ ସ୍ପୁଟନିକ ଭି ଟିକା ନେଇପାରିବେ । ଭୁବନେଶ୍ୱରର କେୟାର ହସ୍ପିଟାଲରେ ସ୍ପୁଟନିକ୍-ଭି ଟିକା ଉପଲବ୍ଧ ହେଉଛି । ୧୧ଶହ ୪୫ ଟଙ୍କାରେ ସ୍ପୁଟନିକ୍-ଭି ର ଗୋଟିଏ ଡୋଜ୍ ନେଇପାରିବେ । ପ୍ରଥମ ଡୋଜର ୨୧ ଦିନ ପରେ ୨ୟ ଡୋଜ ଟିକା ନେଇପାରିବେ ।

କେନ୍ଦ୍ର ସରକାରଙ୍କ କୋ-ୱିନ ଆପକୁ ଯାଇ ‘ସ୍ପୁଟନିକ ଭି’ ପାଇଁ ସ୍ଲଟ ବୁକ କରିପାରିବେ । ଏହି ଟିକା ୯୧ ପ୍ରତିଶତରୁ ଅଧିକ ପ୍ରଭାବୀ ବୋଲି କୁହାଯାଉଛି । ଗତ ଜୁନ ୬ ତାରିଖରୁ ଭାରତରେ ଉପଲବ୍ଧ ହେଉଛି ସ୍ପୁଟନିକ ଭି । ପ୍ରଥମେ ଆପୋଲା ହସ୍ପିଟାଲରେ ମିଳିବା ପରେ ଏବେ ଅନ୍ୟ ହସ୍ପିଟାଲରେ ଏହି ଟିକା ମିଳୁଛି । ବର୍ତମାନ ସୁଦ୍ଧା ୬୦ଟି ଦେଶରେ ସ୍ପୁଟନିକ ଭି ଟିକାର ବ୍ୟବହାର ହେଉଛି । ରୁଷିଆ ଗାମେଲିଆ ରିସର୍ଚ୍ଚ ସେଂଟର ପକ୍ଷରୁ ଏହାକୁ ବିକଶିତ କରାଯାଇଛି । ସ୍ପୁଟନିକ ଭି କୁ ପ୍ରଥମ କରୋନା ଟିକା ଭାବେ ଦାବି କରିଥିଲା ରୁଷିଆ ।