କନକ ବ୍ୟୁରୋ: ୟୁକ୍ରେନ ଉପରେ ଋଷ ଆକ୍ରମଣ ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଋଷ ରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ ସୀମାରୁ ଋଷର କିଛି ସେନା ନିଜ ନିଜ ବେସକୁ ଫେରୁଛନ୍ତି । ତେବେ ଯୁଦ୍ଧ ଆଶଙ୍କାକୁ କମାଇବା ପାଇଁ ଋଷ ରାଷ୍ଟ୍ରପତି ଜର୍ମାନର ଚାନ୍ସଲରଙ୍କ ସହ ଆଲୋଚନା କରିବେ । ଋଷ ୟୁକ୍ରେନ ସୀମାରେ ୧ ଲକ୍ଷରୁ ଅଧିକ ସେନା ମୁତୟନ କରିଥିଲା । ସେହିପରି ଋଷ ଚେତାବନୀ ଦେଇଆସୁଛି କି ଯଦି ଋଷ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ତା ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଯିବ ।
କ’ଣ ରହିଛି ଋଷ-ୟୁକ୍ରେନ୍ ବିବାଦ ?
ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ ବହୁ ପୁରୁଣା । ଏ ସମସ୍ୟା ସେସମୟର ଯେତେବେଳେ ଫିନଲ୍ୟାଣ୍ଡ, ଲାତବିଆ, ପୋଲାଣ୍ଡ, ୟୁକ୍ରେନ୍ ଓ ବେଲାରୁଷ ଭଳି ଦେଶ ଋଷ ସାମ୍ରାଜ୍ୟ ଅଧିନରେ ଥିଲେ । ୧୯୧୮ରେ ୟୁକ୍ରେନ୍ ସ୍ୱାଧିନତାର ଘୋଷଣା କଲା, ହେଲେ ସତ୍ତାକୁ ନେଇ ଟଣାଓଟରା ଭିତରେ ସେଠାରେ ଗୃହଯୁଦ୍ଧ ଆରମ୍ଭ ହୋଇଗଲା । ୟୁକ୍ରେନରେ ଗୃହଯୁଦ୍ଧ ସମସ୍ୟା ଲାଗି ରହିଥିବା ବେଳେ ଦେଶର ଏକ ତୃତୀୟାଂଶ ଭାଗ ତତ୍କାଳୀନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ଲେଲିନଙ୍କ ଲାଲ ସେନା ଅକ୍ତିଆର କରିନେଲା । ୧୯୨୧ରେ ୟୁକ୍ରେନ୍ ସୋବିଏଲ ସ୍ପେଶାଲିଷ୍ଟ ରିପବ୍ଲିକାନର ସ୍ଥାପନା କରାଗଲା ।
୧୯୨୨ ଡିସେମ୍ବରରେ ୟୁକ୍ରେନ୍ ସୋବିଏତ ୟୁନିଅନର ସଂସ୍ଥାପକ ସଦସ୍ୟ ହୋଇଗଲା । ୟୁକ୍ରେନରେ ସୋବିଏତ ସଂଘରୁ ସ୍ୱାଧିନତା ପାଇଁ ବିଦ୍ରୋହ ତେଜିବାରେ ଲାଗିଲା । ୧୯୫୪ରେ ୟୁକ୍ରେନରେ ବିଦ୍ରୋହକୁ ଦବାଇବା ପାଇଁ କ୍ରିମିଆକୁ ୟୁକ୍ରେନରେ ସାମିଲ କରାଗଲା । କ୍ରିମିଆ, ୟୁକ୍ରେନ୍ ସହ ଯଡିତ ଥିବା ଏଭଳି ଏକ ରାଜ୍ୟ ଯେଉଁଠି ଋଷ ନାଗରୀକଙ୍କ ସଂଖ୍ୟା ଅଧିକ । ୧୯୯୧ରେ ସୋଭିଏତ ସଂଘରୁ ମୁକ୍ତି ସହ ୟୁକ୍ରେନ୍ ନିଜ ସ୍ୱାଧିନତାର ଘୋଷଣା କଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/ukraine-crisis-us.jpg)