ୟୁକ୍ରେନ ଉପରେ ଋଷ ସେନାର ଡ୍ରୋନ୍ ଆକ୍ରମଣ। ନଷ୍ଟ ହେଲା ଅନେକ ଘର, ଶହେରୁ ଅଧିକ ସହରରେ ବିଦ୍ୟୁତ ସେବା ବନ୍ଦ। 

ୟୁକ୍ରେନ ଉପରେ ଋଷ ସେନାର ଡ୍ରୋନ୍ ଆକ୍ରମଣ। ନଷ୍ଟ ହେଲା ଅନେକ ଘର, ଶହେରୁ ଅଧିକ ସହରରେ ବିଦ୍ୟୁତ ସେବା ବନ୍ଦ। 

କନକ ବ୍ୟୁରୋ: ଋଷ ଏବଂ ୟୁକ୍ରେନ ମଧ୍ୟରେ ପୁଣି ଯୁଦ୍ଧ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । କ୍ରିମିଆ ବ୍ରିଜରେ ବିସ୍ଫୋରଣ ପରେ ଋଷ ଅଧିକ ଆକ୍ରମଣାତ୍ମକ ହୋଇଉଠିଛି । ଋଷର ସୈନିକ ୟୁକ୍ରେନ ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରିଚାଲିଛନ୍ତି । ସୋମବାର ପୁଣି ଆକ୍ରମଣର ଖବର ଆସି ପହଞ୍ଚିଛି । ୟୁକ୍ରେନର ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଋଷ ସୈନ୍ୟ ୩ ରାଜ୍ୟରେ ଡ୍ରୋନରେ ଆକ୍ରମଣ କରିଛନ୍ତି । ଏଥିରେ ଅନେକ ସ୍ଥାନ ନଷ୍ଟ ହୋଇଛି । ଏହି ଆକ୍ରମଣ କାରଣରୁ ଶହେରୁ ଅଧିକ ସହରରେ ବିଦ୍ୟୁତ ସେବା ବନ୍ଦ ହୋଇଯାଇଛି ।

ସୋମବାର ଋଷ ୟୁକ୍ରେନର ରାଜଧାନୀ କିଭରେ ଡ୍ରୋନରେ ଆକ୍ରମଣ କରିଥିଲା । ଏହି ଆକ୍ରମଣ ସେହିସମୟରେ ହୋଇଥିଲା ଯେତେବେଳେ ଲୋକେ ଘରୁ ବାହରକୁ ବାହାରୁଥିଲେ । ଏହି ଆକ୍ରମଣ ଜନଗହଳିପୂର୍ଣ୍ଣ ସ୍ଥାନରେ ହୋଇଥିଲା । କେବଳ ଏତିକି ନୁହେଁ ଅନେକ ସହରରେ ସେନା ଗୁଳିମାଡ କରିଛି । ଏକ ସପ୍ତାହ ମଧ୍ୟରେ ୟୁକ୍ରେନ ଦ୍ୱିତୀୟ ଥର ପାଇଁ ୟୁକ୍ରେନ ଉପରେ ଆକ୍ରମଣ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe