ଆସନ୍ତା ମାସରେ ଆସିବ କରୋନା ଟିକା ! କରୋନା ବିରୁଦ୍ଧରେ ଲଢ଼ିବ ଋଷୀୟ ଟିକା । ଆନୁଷ୍ଠାନିକ ଭାବେ ସୂଚନା ଦେଲା ଋଷିଆର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

5,047

କନକ ବ୍ୟୁରୋ : ଅଗଷ୍ଟ ୧୫ ସୁଦ୍ଧା ପ୍ରସ୍ତୁତ ହୋଇପାରେ ଋଷିଆର କରୋନା ଟିକା । ଏନେଇ ଋଷିଆର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆନୁଷ୍ଠାନିକ ଭାବେ ସୂଚନା ଦେଇଛି । ସେପ୍ଟେମ୍ବର ସୁଦ୍ଧା ଏହି ଟିକା ବଜାରକୁ ଆସିଯାଇପାରେ ବୋଲି ଋଷିଆର ଲୋକପ୍ରିୟ ଗଣମାଧ୍ୟମ ମସ୍କୋ ଟାଇମ୍ସ ରିପୋର୍ଟ ପ୍ରକାଶ କରିଛି ।

ଆସନ୍ତା ମାସରେ ଆସିବ କରୋନା ଟିକା ! କରୋନା ବିରୁଦ୍ଧରେ ଲଢ଼ିବ ଋଷୀୟ ଟିକା । ଋଷିଆର ଲୋକପ୍ରିୟ ଖବରକାଗଜ ମସ୍କୋ ଟାଇମର ସତ୍ୟପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି ଯେ, ଅଗଷ୍ଟ ମାସ ମଧ୍ୟମ ଭାଗ ଅର୍ଥାତ୍ ୧୨ରୁ ୧୪ ତାରିଖ ମଧ୍ୟରେ ଋଷିଆ ପ୍ରସ୍ତୁତ କରିଥିବା କରୋନା ଟିକା ଆସିବ । ଆଉ ସେପ୍ଟେମ୍ବର ମାସ ବେଳକୁ ଘରୋଇ କମ୍ପାନୀଗୁଡ଼ିକ ବ୍ୟାପକ ପରିମାଣରେ ଟିକା ନିର୍ମାଣ କରିବା ଆରମ୍ଭ କରିଦେବେ ବୋଲି ଆନୁଷ୍ଠାନିକ ଭାବେ କୁହାଯାଇଛି ।

କରୋନା ସଂକ୍ରମଣରେ ଆମେରିକା, ବ୍ରାଜିଲ ଓ ଭାରତ ପଛକୁ ଚତୁର୍ଥ ସ୍ଥାନରେ ରହିଛି ଋଷିଆ । ଆଉ ଭ୍ୟାକସିନ୍ ନିର୍ମାଣକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିଛନ୍ତି ଋଷିଆ ସରକାର । କରୋନା ଟିକା ଆଣିବା ଏକ ଜାତୀୟ ସମ୍ମାନ ଭାବେ ଗ୍ରହଣ କରିଛନ୍ତି ଋଷିଆରେ ଗବେଷଣା କରୁଥିବା ଡାକ୍ତର ଓ ବୈଜ୍ଞାନିକ । ଟିକା ନିର୍ମାଣରେ ଲାଗିଥିବା ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ ଓ ବୈଜ୍ଞାନିକମାନେ ଖବର ସହବରାହ ସଂସ୍ଥା ଟିଏଏସଏସ୍-କୁ ଦେଇଥିବା ସୂଚନା ଅନୁସାରେ,
– ୩୮ ଜଣ ସ୍ୱେଚ୍ଛାସେବୀଙ୍କଠାରେ କରୋନା ଟିକାର ପରୀକ୍ଷଣ କରାଯାଇଥିଲା
– ବୁଧବାର ଏବଂ ଆସନ୍ତା ସୋମବାର ଦୁଇଟି ଗ୍ରୁପ୍ ପରୀକ୍ଷଣ ପରେ ବାହାରିବେ
-ଟିକା ପରୀକ୍ଷଣ ପରେ ଏମାନେ ୨୮ ଦିନିଆ ସଙ୍ଗରୋଧରେ ଅନୁଧ୍ୟାନରେ ଥିଲେ
-୧୮ରୁ ୬୫ ବର୍ଷର ସ୍ୱେଚ୍ଛାସେବୀଙ୍କ ଠାରେ ଏହି କରୋନା ଟିକା ପରୀକ୍ଷଣ ହୋଇଥିଲା
– ଟିକା ପରୀକ୍ଷଣ ପରେ ବାହାରିଥିବା ସ୍ୱେଚ୍ଛାସେବୀଙ୍କ ଉପରେ ନଜର ରଖାଯିବ

ସବୁଠାରୁ ବଡ଼ କଥା ହେଉଛି ଋଷିଆରେ ପ୍ରାୟ ୫୦ଟି ବିଭିନ୍ନ ସଂଗଠନ ଓ ସଂସ୍ଥା କରୋନା ଟିକା ପାଇଁ ଗବେଷଣା ଜାରି ରଖିଛନ୍ତି । ଆଉ ଯେଉଁ ଟିକା ସଫଳତା ପାଇଛି, ତାକୁ ଆସନ୍ତା ମାସରେ ଆଣିବାକୁ ସୂଚନା ଦିଆଯାଇଛି । ତେବେ ଗବେଷଣା କରୁଥିବା ବୈଜ୍ଞାନିକମାନେ କହିଛନ୍ତି, ଲକ୍ଷଣ ଥିବା କରୋନା ରୋଗୀଙ୍କ ରୋଗ ପ୍ରତିଶେଧକ ଶକ୍ତି, ଲକ୍ଷଣ ନଥିବା ରୋଗୀଙ୍କଠାରୁ କମ୍ ।

ଯେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ରୋଗ ଆହୁରୀ ଦୟନୀୟ ସ୍ଥିତି ସୃଷ୍ଟି କରିବ ବୋଲି ଆକଳନ କରୁଛି, ଠିକ୍ ସେତିକିବେଳେ ଋଷିଆର ଏହି କରୋନା ଟିକା, ସାରା ବିଶ୍ୱକୁ ଏକ ପ୍ରକାର ଆଶ୍ୱସ୍ତ କରୁଛି ।