ଦିଲ୍ଲୀରେ ଋଷ ରାଷ୍ଟ୍ରପତି ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ଭେଟ। ରକ୍ଷା, ବାଣିଜ୍ୟ ଓ ନିବେଶ ନେଇ ଆଲୋଚନା

101

କନକ ବ୍ୟୁରୋ : ଦିଲ୍ଲୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଋଷର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ସାକ୍ଷାତ ହୋଇଛି । ଏହି ସାକ୍ଷାତ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି “କୋଭିଡ ସମୟରେ ଦେଖାଦେଇଥିବା ଚ୍ୟାଲେଞ୍ଚ ପରେ ବି ଭାରତ-ଋଷ ମଧ୍ୟରେ ଥିବା ସଂପର୍କରେ କୌଣସି ପରିବର୍ତ୍ତନ ହୋଇନାହିଁ, ଆମର ସ୍ୱତନ୍ତ୍ର ଓ ସୁବିଧାଜନକ ରଣନୈତିକ ଭାଗିଦାରୀ କ୍ରମାଗତ ଭାବେ ସୁଦୃଢ ହେଉଛି” ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ଭବନରେ ହୋଇଛି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ପୁତିନଙ୍କୁ ସ୍ୱାଗତ କରିଥିଲେ ।

ଉଭୟଙ୍କ ମଧ୍ୟରେ ହୋଇଥିବା ଶୀର୍ଷ ସ୍ତରୀୟ ଆଲୋଚନାରେ ରାକ୍ଷା, ବାଣିଜ୍ୟ, ନିବେଶ,ଟେକ୍ନୋଲୋଜୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ କିଛି ଚୁକ୍ତିରେ ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ସ୍ୱାକ୍ଷର କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ଆଫଗାନିସ୍ତାନ ସହ ଉଭୟ ଦେଶର ସଂପର୍କରେ ଶିତଳତା, ସୀମାରେ ଭାରତ-ଚୀନ ମଧ୍ୟରେ ସଂଘର୍ଷ ମଧ୍ୟରେ ପୁତିନଙ୍କର ଏହି ଭାରତ ଯାତ୍ରାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଏହା ପୂର୍ବରୁ ଉଭୟ ଦେଶର ରକ୍ଷା ଓ ବିଦେଶ ମନ୍ତ୍ରୀଙ୍କୁ ମଧ୍ୟରେ ଟୁ+ଟୁ ଆଲୋଚନା ହୋଇଛି । ଯେଉଁଥିରେ ରକ୍ଷା ବୁଝାମଣା ନେଇ ୪ ଟି ଚୁକ୍ତିରେ ଉଭୟ ଦେଶ ସ୍ୱାକ୍ଷର କରିଥିବା ଜଣାପଡିଛି ।