ୟୁକ୍ରେନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି। ଭ୍ଲାଦିମିର ପୁଟିନଙ୍କ ମାରିୟୁପୋଲକୁ ସରପ୍ରାଇଜ ଭିଜିଟ।

921

କନକ ବ୍ୟୁରୋ: ଯୁଦ୍ଧ ଭିତରେ ୟୁକ୍ରେନ ଗସ୍ତ କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ରୁଷ କବଜା କରିସାରିଥିବା ୟୁକ୍ରେନର ମାରିଓପଲରେ ପୁଟିନ ପହଞ୍ଚିଥିବା ଜଣାପଡିଛି । ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ହେଲିକପ୍ଟରେ ୟୁକ୍ରେନର କ୍ରିମୟାରେ ପହଞ୍ଚିବାପରେ ସେଠାରୁ ନିଜେ କାର ଚଳାଇ ମାରିୟୁପୋଲରେ ପୁଟିନ ପହଞ୍ଚିଛନ୍ତି ।

ମାରିୟୁପୋଲ ସମୁଦ୍ର ପରିଦର୍ଶନ ମଧ୍ୟ ପୁଟିନ କରିଥିବା ରୁଷ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଏଠାକାର ବାସିନ୍ଦାଙ୍କୁ ଭେଟି ସେମାନଙ୍କ ହାଲଚାଲ ପଚାରିବୁଝିଛନ୍ତି । ମାରିୟୁପୋଲରେ ମୃତୟନ ରୁଷ ସେନାର ଶୀର୍ଷ ସେନାଧିକାରଙ୍କୁ ଭେଟିଛନ୍ତି । ଚିଫ ଅଫ ଜେନରାଲ ଷ୍ଟାପ ବାଲେରୀ ଗେରାସିମୋବଙ୍କୁ ଭେଟି ଯୁଦ୍ଧ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ପୁଟିନ । ୨୦୨୨ ମସିହାରେ ମେ ମାସରୁ ମାରିୟୁପୋଲକୁ କବଜା କରିଥିିଲା ରୁଷ ସେନା ।