ଡାକ୍ତରଖାନା ଝରକାରୁ ଖସି ରୁଷୀୟ ତୈଳ କମ୍ପାନିର ମୁଖ୍ୟ ମୃତ । ରହସ୍ୟମୟ ମୃତ୍ୟୁର ଯାଞ୍ଚ ଆରମ୍ଭ ।

Advertisment
ଡାକ୍ତରଖାନା ଝରକାରୁ ଖସି ରୁଷୀୟ ତୈଳ କମ୍ପାନିର ମୁଖ୍ୟ ମୃତ । ରହସ୍ୟମୟ ମୃତ୍ୟୁର ଯାଞ୍ଚ ଆରମ୍ଭ ।

କନକ ବ୍ୟୁରୋ: ରୁଷ୍‌ର ଦ୍ବିତୀୟ ବୃହତ୍‌ ତୈଳ କମ୍ପାନି ‘ଲୁକ୍‌ଅଏଲ୍‌’ର ମୁଖ୍ୟ ରାଭିଲ୍‌ ମାଗାନୋଭ୍‌ ଗୁରୁବାର ଦିନ ମସ୍କୋସ୍ଥିତ ଏକ ଡାକ୍ତରଖାନା ଝରକାରୁ ଖସିପଡ଼ି ମୃତ୍ୟୁବରଣ କରିଥିବା କଥା କୁହାଯାଉଛି।

୧୯୯୩ରେ ‘ଲୁକ୍‌ଅଏଲ୍‌’ ଆରମ୍ଭ ହେବା ସମୟରୁ ହିଁ ୬୭ ବର୍ଷିୟ ମାଗାନୋଭ୍‌ ସେଥିରେ ଅନ୍ୟତମ ବରିଷ୍ଠ ଅଧିକାରୀ ଭାବେ କାର୍ୟ୍ୟ କରିଆସୁଥିଲେ।
ତାଙ୍କ ମୃତ୍ୟୁ ସଂକ୍ରାନ୍ତରେ ଜାରି ବିବୃତିରେ ‘ଲୁକ୍‌ଅଏଲ୍‌’ କହିଛି, ସାଙ୍ଘାତିକ ଅସୁସ୍ଥ ହେବା ପରେ ଗୁରୁବାର ଦିନ ମାଗାନୋଭ୍‌ଙ୍କର ମୃତ୍ୟୁ ଘଟିଛି। ଗୁରୁତର କ୍ଷତି ନିମନ୍ତେ ‘ଲୁକ୍‌ଅଏଲ୍‌’ର ଅସଂଖ୍ୟ କର୍ମଚାରୀ ଖୁବ୍‌ ଦୁଃଖିତ ହେବା ସହ ରାଭିଲ୍‌ଙ୍କ ମା‌ଗାନୋଭ୍‌ଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
କିନ୍ତୁ, କେଉଁ ରୋଗ ପାଇଁ ମାଗାନୋଭ୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ ସେ ସମ୍ପର୍କରେ କମ୍ପାନି ଉକ୍ତ ବିବୃତିରେ କିଛି ସୂଚନା ଦେଇନାହିଁ।
ସୂଚନା ମୁତାବକ, ରୁଷ୍‌ର ବୃହତ୍ତମ ଘରୋଇ ମାଲିକାନାରେ ଥିବା ତୈଳ କମ୍ପାନି ‘ଲୁକ୍‌ଅଏଲ୍‌’ର ନିର୍ଦେଶକ ମଣ୍ଡଳୀର ଅଧ୍ୟକ୍ଷ ରାଭିଲ୍‌ ମାଗାନୋଭ୍‌ଙ୍କର ଆଘାତ ଯୋଗୁଁ ମୃତ୍ୟୁ ଘଟିଛି। ସେ ସେଣ୍ଟ୍ରାଲ୍‌ କ୍ଲିନିକାଲ୍‌ ହସ୍ପିଟାଲ୍‌ର ଝରକାରୁ ଖସିପଡ଼ିଥିଲେ।

କେତେକ ରୁଷୀୟ ଗଣମାଧ୍ୟମ ସଂସ୍ଥାନରୁ ତଥ୍ୟ ସଂଗ୍ରହ କରି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି ଯେ, ମାଗାନୋଭ୍‌ ଆତ୍ମହତ୍ୟା କରିଛନ୍ତି। କିନ୍ତୁ, ମାଗାନୋଭ୍‌ ଆତ୍ମହତ୍ୟା କରିଛନ୍ତି ବୋଲି ବିଶ୍ବାସ କରାଯାଉଥିଲେ ବି ତାଙ୍କ ପଡ଼ିବା ପରିସ୍ଥିତିରୁ ସେ ଭଳି କୌଣସି ପ୍ରମାଣ ମିଳୁନାହିଁ।

ୟୁକ୍ରେନ୍‌ରେ କରୁଣ ପରିସ୍ଥିତି ସଂକ୍ରାନ୍ତରେ ଚିନ୍ତିତ ହୋଇ ମାର୍ଚ ୩ ତାରିଖରେ ‘ଲୁକ୍‌ଅଏଲ୍‌’ କହିଥିଲା କି, ଆପୋସ ବୁଝାମଣା ମାଧ୍ୟମରେ ଯଥା ଶୀଘ୍ର ସଶସ୍ତ୍ର ସଂଗ୍ରାମର ଅବସାନ ଘଟାଇବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe