ଉଗ୍ର ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ, ୟୁକ୍ରେନର ଘନ ଘନ ଆକ୍ରମଣ ପରେ ରକ୍ତମୁଖା ରୁଷ କରୁଛି ମିସାଇଲ ମାଡ

226

କନକ ବ୍ୟୁରୋ : ଉଗ୍ର ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ । କିଛି ଦିନ ହେବ ରୁଷ ଉପରେ ୟୁକ୍ରେନ ଘନ ଘନ ଆକ୍ରମଣ କରିବା ପରେ ଶୁକ୍ରବାର ୟୁକ୍ରେନ ରାଜଧାନୀ କିଭ ଉପରେ ରୁଷ୍ ବଡ ଧରଣର ମିସାଇଲ ଆକ୍ରମଣ କରିଛି । ସମଗ୍ର ୟୁକ୍ରେନରେ ଶୁକ୍ରବାର ଦେଶସାରା ହାଇଆଲର୍ଟ ଜାରି ହୋଇଛି । ଅନ୍ୟପଟେ ଗୁରୁବାର ରାତିରେ ରୁଷ ପୁଣିଥରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଏହି ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଥିବା ସୂଚନା ରହିଛି । ଏହା ପୂର୍ବରୁୁ ଏକ ଭିଡ଼ିଓ ଜାରି କରାଯାଇଥିଲା ଯେଉଁଥିରେ ଦେଖିବାକୁ ମିଳିଥିଲା , ୟୁକ୍ରେନର ଟ୍ରାଫିକ ମଝିରେ ଚଳନ୍ତା କାର ସାମ୍ନାରେ ଏକ ମିସାଇଲ ଆସି ପଡ଼ିଥିଲା । ଗତ ୫ଦିନ ହେବ ଋଷ ଆକ୍ରମଣର ପାଲଟା ଜବାବ ଦେଉଥିଲା ୟୁକ୍ରେନ । କିଭ ଉପରେ ଆକ୍ରମଣ ହୋଇଥିବା ୩୦ଟି ରୁଷିଆନ ଡ଼୍ରୋନକୁ ୟୁକ୍ରେନ ସେନା ଖସାଇଦେଇଛି ।