କନକ ବ୍ୟୁରୋ: ପୁଣି ୟୁକ୍ରେନ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ମିଜାଇଲ ମାଡ କରିଛି ଋଷିଆ । ଶନିବାର ଲଗାତାର ଭାବେ କ୍ଷେପଣାସ୍ତ୍ର ମାଡ କରିଛି ଋଷ ସେନା । ୟୁକ୍ରେନର ଅନେକ ସ୍ଥାନରେ ୩୩ଟି କ୍ଷେପଣାସ୍ତ୍ର ମାଡ କରିଛିୠଷିଆ । ଏପରିକି ଆପାର୍ଟମେଣ୍ଟକୁ ବି ଛାଡିନି । ଲୋକ ରହୁଥିବା ଆପାର୍ଟମେଣ୍ଟ ଘର ଉପରେ ମିଜାଇଲ ମାଡ କରିଛି ଋଷ । ଏଥିରେ ନେପ୍ରୋ ସହରରେ ୩୦ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ୪୪ଜଣ ନିଖୋଜ ଥିବା ଜଣାପଡିଛି । ରବିବାର ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଋଷ ବାରମ୍ବାର ଆମ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ନିଜ ଭୀରୁତାର ପରିଚୟ ଦେଉଛି । ମିଜାଇଲ ଆକ୍ରମଣ ହୋଇଥିବା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାକୁ ନେଇ ୟୁକ୍ରେନ ସେନା ଉଚିତ୍ ଜବାବ ଦେବ ବୋଲି କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି ।

Advertisment

ୠଷିଆ ସେନାର ମିଜାଇଲ ଆକ୍ରମଣ

  • ୟୁକ୍ରେନ ୩୩ଟି ସ୍ଥାନରେ ଋଷିଆର ମିଜାଇଲ ଆକ୍ରମଣ
  • ଆପାର୍ଟମେଣ୍ଟ ଉପରେ ପଡିଲା କ୍ଷେପଣାସ୍ତ୍ର
  • ମିଜାଇଲ ମାଡରେ ଧ୍ୱସ୍ତ, ବିଧ୍ୱସ୍ତ ନେପ୍ରୋ ସହରର
  • କିବ୍, ଖାରକିବ ଓ ଓଡେଶାରେ ବି ମିଜାଇଲ ମାଡ
  • ୟୁକ୍ରେନର ପାୱାର ଗ୍ରିଡ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ
  • ବଡ ବଡ ସହରରେ ବିଦ୍ୟୁତ ସେବା ପ୍ରଭାବିତ
  • ସାଧାରଣ ନାଗାରିକଙ୍କୁ ଟାର୍ଗେଟ କରୁଛି ମସ୍କୋ
  • ନେପ୍ରୋରେ ମିଜାଇଲ ଆକ୍ରମଣରେ ୩୦ ମୃତ, ୪୪ ନିଖୋଜ

ଋଷିଆ ଓ ୟୁକ୍ରେନ ଭିତରେ ଗତ ୧୧ ମାସ ଧରି ଯୁଦ୍ଧ ଜାରି ରହିଛି । ଆଉ ଏପର୍ଯ୍ୟନ୍ତ ୠଷିଆକୁ ସେଭଳି କିଛି ସଫଳତା ମିଳିନାହିଁ । କିଛି ଦିନରେ ୟୁକ୍ରେନକୁ ଦଖଲ କରିବାକୁ ଯୋଜନା କରିଥିବା ରାଷ୍ଟ୍ରପତି ପୁଟିନଙ୍କୁ ଏବେ ସୁଦ୍ଧା ଆଶାନୁରୂପ ଫଳ ମିଳିନାହିଁ । ଏପରିକି ୟୁକ୍ରେନର ଯେଉଁ ଅଞ୍ଚଳକୁ ଋଷିଆ ସେନା ଦଖଲ କରିଥିଲା ତାହାକୁ ଧିରେ ଧିରେ ମୁକୁଳାଇବାରେ ସଫଳ ହେଉଛି ୟୁକ୍ରେନ ସେନା । ଏହାରି ଭିତରେ ଯୁଦ୍ଧର ରଣନୀତି ବଦଳାଇବାକୁ ଜଣେ ନୂଆ କମାଣ୍ଡରଙ୍କୁ ନିୟୋଜିତ କରିଛନ୍ତି ରାଷ୍ଟ୍ରପତି ପୁଟିନ୍ । ଏଣିକି ୠଷିଆ ସିଡିଏସ ଅର୍ଥାତ୍ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ୱାଲେରୀ ଗେରାସିମୋବ ଯୁଦ୍ଧର ସବୁ ରଣନୀତି କରିବେ ।

ଯୁଦ୍ଧ ଜିତିବାକୁ କମାଣ୍ଡର ବଦଳି

  • ଯୁଦ୍ଧ ଜିତିବାକୁ ଋଷିଆ ବଦଳାଇଳା କମାଣ୍ଡର
  • ସିଡିଏସ ଜେନେରାଲ ୱାଲେରୀ ଗେରାସିମୋବ ନୂଆ କମାଣ୍ଡର
  • ୟୁକ୍ରେନ ସେନା ବିରୋଧରେ କରିବେ ରଣନୀତି
  • ପୁଟିନ୍ ସେନାର ସବୁଠାରୁ ବଡ ଅଧିକାରୀ
  • ଏବେ ଆହୁରି ଭୟଙ୍କର ହେବ ଯୁଦ୍ଧ
  • ୟୁକ୍ରେନ ଉପରେ ଆକ୍ରମଣକୁ ବଢାଇ ପାରନ୍ତି ନୂଆ କମାଣ୍ଡର
  • ୠଷିଆ ସେନାର ସବୁଠାରୁ ବିଚକ୍ଷଣ ସେନା ଅଧିକାରୀ
  • ସୋଭିଏତ- ଆଫଗାନ ଯୁଦ୍ଧରେ ନେତୃତ୍ୱ ନେଇଥିଲେ ଜେନେରାଲ ୱାଲେରୀ
  • ସିରିଆ ସିବିଲ ୱାରରେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା
  • ନିଜ କାମ ପାଇଁ ହିରୋ ଅଫ ରଷିଆନ ଫେଡରେସନ୍ ପୁରସ୍କାର
  • ଅଡର ଅଫ କରେଜ୍ ସମ୍ମାନ ମଧ୍ୟ ହାତେଇଛନ୍ତି ଜେନେରାଲ ୱାଲେରୀ

ଋଷିଆ –ୟୁକ୍ରେନ ଯୁଦ୍ଧ ଭିତରେ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଶକ୍ତିଶାଳୀ ରାଷ୍ଟ୍ରପତି ପୁଟିନଙ୍କ ସୁରକ୍ଷାକୁ ନେଇ ଅନେକ ଖବର ସାମ୍ନାକୁ ଆସେ । ଦେଶର ସୁପ୍ରିମ ଲିଡରଙ୍କ ସୁରକ୍ଷା ପାଇଁ ଅନେକ ସ୍ତରର ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେଲେ ପୁଟିନଙ୍କ ସୁରକ୍ଷାକର୍ମୀଙ୍କ ତାଲିକାରେ ରହିଛନ୍ତି ଚିଲ । ଏହାକୁ ନେଇ ଶିକାରୀ ଚଢେଇଙ୍କ ବାଟାଲିଅନ ମଧ୍ୟ ରହିଛି । ଯେଉଁମାନେ ଦିନରାତି ପୁଟିନଙ୍କ ସୁରକ୍ଷାରେ ନିୟୋଜିତ ଥାନ୍ତି । ଚିଲ ସମେତ ପେଚାଙ୍କୁ ବି ଏଥିରେ ନିୟୋଜିତ କରାଯାଇଛି ।

ପୁଟିନଙ୍କ ସୁରକ୍ଷା ଟିମରେ ଚିଲ!

  • ରାଷ୍ଟ୍ରପତି ପୁଟିନଙ୍କ ବଳିଷ୍ଠ ସୁରକ୍ଷା ବ୍ୟବସ୍ଥା
  • ବଡି ଡବଲ, କମାଣ୍ଡୋଙ୍କ ସମେତ ଚିଲ ବି ସାମିଲ
  • ପୁଟିନଙ୍କ ସୁରକ୍ଷା ବ୍ୟବସ୍ଥାରେ ଚିଲ ଓ ପେଚା
  • ଋଷିଆ ପାଖରେ ଅଛି ଚିଲ ଓ ପେଚାଙ୍କ ବାଟାଲିଅନ୍
  • ଚିଲ କରୁଛନ୍ତି ପୁଟିନଙ୍କ ସୁରକ୍ଷା
  • କ୍ରେମ୍ଲିନ୍ ଫେଡରାଲ ଗାର୍ଡସର ଅଂଶ ଚିଲ ଓ ପେଚା
  • ଆକାଶ ମାର୍ଗରୁ ବିଭିନ୍ନ ତଥ୍ୟ ସଂଗ୍ରହ କରନ୍ତି ଚିଲ
  • ଚିଲ ଓ ପେଚାଙ୍କୁ ସ୍ୱତନ୍ତ୍ର ତାଲିମ୍
  • ଡ୍ରୋନ୍ ଉପରେ ବି ନଜର ରଖନ୍ତି ଚିଲ
  • ଡ୍ରୋନ ପରଖିବାର ତାଲିମ୍ ମଧ୍ୟ ମିଳିଥାଏ ଚିଲ ଓ ପେଚାଙ୍କୁ
  • ଅନ୍ୟ ପକ୍ଷୀଙ୍କୁ ରାଷ୍ଟ୍ରପତି ଭବନଠାରୁ ଦୂରରେ ରଖିବା ଏମାନଙ୍କ ପ୍ରମୁଖ କାମ