କନକ ବ୍ୟୁରୋ: ୟୁକ୍ରେନ୍ ଉପରେ ରୁଷର ଭୟଙ୍କର ମିଜାଇଲ ମାଡ । ଶକ୍ତି ପ୍ରକଳ୍ପ ଉପରେ ରୁଷ ପକ୍ଷରୁ ମିଜାଇଲ୍ ମାଡ କରାଯାଇଛି । ଏଥିରେ ପାଖାପାଖି ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଜନଗହଳିପୂର୍ଣ୍ଣ ସ୍ଥାନରେ ମଧ୍ୟ ମିଜାଇଲ୍ ମାଡ କରିଛି ରୁଷ । ଏକ ୯ ମହଲା କୋଠାକୁ ଟାର୍ଗେଟ୍ କରି ମିସାଇଲ୍ ମାଡ କରାଯାଇଛି । ରୁଷ ପକ୍ଷରୁ କିଭ୍ ଓ ଖାରକିଭ୍ ଅଂଚଳରେ ଘନ ଘନ ଆକ୍ରମଣ ହୋଇଛି ।

Advertisment

ବର୍ଷେ ପାଖାପାଖି ଦୁଇ ଦେଶ ଭିତରେ ଯୁଦ୍ଧ ଚାଲିଥିଲେ ବି ଏଥିରେ ଯବନିକା ପଡୁନାହିଁ । ଦୁଇ ରାଷ୍ଟ୍ର୍ରମୁଖ୍ୟ ନିଜ ନିଜ ଜିଦରେ ଅଟଳ । ନିଜ ମାଟି ନଛାଡିବାକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଅଡି ବସିଥିବାବେଳେ ନିଜ ଦମ୍ଭକୁ ପ୍ରମାଣ କରିବାରୁ ପଛକୁ ହଟୁନାହାଁନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟାରି ଭିତରେ ଋଷର ବାରମ୍ବାର ଭୀଷଣ ଆକ୍ରମଣରେ ୟୁକ୍ରେନ୍ ଧଳିସାତ୍ ହୋଇଯାଇଛି ।