ଋଷ ଯବାନଙ୍କ ମୁହଁରେ ‘ୟେ ବତନ୍’ ଗୀତ । ଭାଇରାଲ ହେଲା ଭିଡିଓ, ଥରେ ଦେଖିନିଅନ୍ତୁ ଏହି ଭିଡିଓ ।

Advertisment
ଋଷ ଯବାନଙ୍କ ମୁହଁରେ ‘ୟେ ବତନ୍’ ଗୀତ । ଭାଇରାଲ ହେଲା ଭିଡିଓ, ଥରେ ଦେଖିନିଅନ୍ତୁ ଏହି ଭିଡିଓ ।

୧୯୬୫ରେ ରିଲିଜ୍ ହୋଇଥିଲା ଫିଲ୍ମ ସହିଦ୍। ଏହି ଫିଲ୍ମରେ ଥିବା ଗୀତ ‘ୟେ ବତନ’ ‌ସେ ସମୟରେ ଲୋକପ୍ରିୟ ହୋଇଥିବା ବେଳେ ଏବେ ମଧ୍ୟ ଲୋକଙ୍କ ମନରେ ଗୀତଟି ସ୍ୱତନ୍ତ୍ର ଘର କରି ରହିଛି। ଭାରତରେ ଏହି ଗୀତର ଅର୍ଥକୁ ଦେଶବାସୀ ବୁଝିଥିବା ବେଳେ ରୁଷିଆର ଯବାନମାନେ ମଧ୍ୟ ଗୀତର ଗଭୀରତାକୁ ବୁଝି ଏହାକୁ ଗାଇଥିବାର ଦେଖାଯାଇଛି। ଟୁଇଟରରେ ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯେଉଁଥିରେ ରୁଷିଆର ଯବାନମାନେ ଠିଆ ହୋଇ ‘ୟେ ବତନ’ ଗୀତ ଗାଉଥିବାର ଦେଖାଯାଇଛି।

ସୂଚନା ମୁତାବକ, ମସ୍କୋ‌ରେ ଆୟୋଜିତ କରାଯାଇଥିବା ଏକ ଇଭେଣ୍ଟରେ ରୁଷିଆର ଯବାନମାନଙ୍କୁ ଏହି ଗୀତ ଗାଉଥିବାର ଦେଖାଯାଇଥିଲା। ମସ୍କୋର ଭାରତୀୟ ଦୂତାବାସରେ ସାମରିକ ପରାମର୍ଶଦାତା ଥିବା ବ୍ରିଗେ‌ଡିୟର ରଜେଶ ପୁଷ୍କର ମଧ୍ୟ ଏହି ଇଭେଣ୍ଟରେ ସାମିଲ ହୋଇଥିବାର ଦେଖାଯାଇଥିଲା। ତେବେ ଟୁଇଟରରେ ଭିଡିଓଟି ଭାଇରାଲ ହେବା ପରେ ଲୋକେ ଏହି ଦୃଶ୍ୟ ଦେଖି ଭାବବିହ୍ବଳ ହୋଇଯାଇଥିବା ଦେଖାଯାଇଛି। ଭିଡିଓକୁ ଦେଖିବା ପରେ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe