କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ୨୦୨୨ ଫେବୃଆରୀ ମାସାରୁ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧ ଭିତରେ ଏଭଳି ଏକ ଖବର ଆସିଛି କି, ଯାହା ଆପଣଙ୍କୁ ଚକିତ କରିଦେବ । ଋଷସେନାର ବମ୍ବର ଫାଇଟର ଜେଟ୍ ୟୁକ୍ରେନ ଉପରେ ବୋମା ବର୍ଷଣ କରିବା ପରିବର୍ତ୍ତେ ଭୁଲରେ ଋଷର ଏକ ସହର ଉପରେ ବୋମାବର୍ଷା କରିଛି । ଏହି ବୋମାମାଡରେ ଦୁଇଜଣ ମହିଳା ଆହାତ ହୋଇଥିବା ବେଳେ ଅନେକ କୋଠା ଧ୍ୱଂସ ହୋଇଯାଇଛି । ଫାଇଟର ଜେଟ୍ ୟୁକ୍ରେନ ଉପରେ ବୋମାମାଡ କରିବାକୁ ଥିବା ବେଳେ ଭୁଲରେ ପାଇଲଟ୍ ଜଣଙ୍କ ନିଜ ଦେଶର ଏକ ସହର ଉପରେ ଯାଉଥିବା ବେଳେ ବୋମା ଇଂଜେକ୍ଟ କରିଦେଇଥିଲେ ।

Advertisment

ଏହି ବୋମା ଇଂଜେକ୍ଟ କରିବା ବେଳେ ଫାଇଟର ଜେଟଟି ଋଷର ବେଲଗୋରୋଡ ସହର ଉପରେ ଯାଉଥିଲା । ଏହି ବୋମା ସହରର ଯେଉଁ ସ୍ଥାନରେ ପଡିଛି ସେଠାରେ ୨୦ଫୁଟରୁ ଅଧିକ ଗଭୀରର ଏକ ଗାଢ ହୋଇଯାଇଛି । ଏଥିରୁ ବୋମାର ଭୟାବହତା ଅନୁମାନ କରାଯାଇଛି । ଏନେଇ ଋଷ ରକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ ଋଷ ଓ ୟୁକ୍ରେନ ମଧ୍ୟରେ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଥିଲେ ବି ପ୍ରଥମଥର ପାଇଁ ଋଷସେନା ଏଭଳି ଭୁଲ କରିଛି ।

ବେଲଗୋରୋଡ ରାଜ୍ୟପାଳ ୟାଚିସ୍ଲାବ ଗ୍ଲେଡକୋବ କହିଛନ୍ତି କି, ବିସ୍ଫୋରଣ ପରେ ସହରର ଲୋକମାନେ ଭୟଭିତ ହୋଇପଡିଥିଲେ । ଏହି ବିସ୍ଫୋରଣରେ ୪ଟି ଆପାର୍ଟମେଣ୍ଟଓ ୪ଟି କାର ଧ୍ୱଂସ ହୋଇଯାଇଛି । କିଛି ବିଜୁଳି ଖୁଣ୍ଟ ଭାଙ୍ଗି ଯାଇଛି । ଯାଂଚକର୍ମୀ ଓ ଜରୁରୀକାଳୀନ ଉଦ୍ଧାରକାରୀଦଳ ସେଠାରେ ପହଂଚି ଅନୁସନ୍ଧାନ ଜାରି ରଖିଛି ।