କନକ ବ୍ୟୁରୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଉ ଏକ ଘନିଷ୍ଠ ବ୍ୟକ୍ତି କଲେ ଆତ୍ମହତ୍ୟା । ୧୬ ମହଲାରେ ସେ ରହୁଥିବା ଏକ ଝରକାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତ ମାରିନା ୟାଙ୍କିନା ରୁଷର ପ୍ରତିରକ୍ଷା ବିଭାଗର ଜଣେ ପ୍ରମୁଖ ଅଧିକାରୀ ଥିଲେ । ୟୁକ୍ରେନ ବିପକ୍ଷରେ ଯୁଦ୍ଧ ପାଇଁ ପାଣ୍ଠି ଯୋଗାଡ଼ କରିବା ଦାୟିତ୍ୱରେ ଥିଲେ । ସେ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ । ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ପୁଟିନଙ୍କ ଅନେକ ନିକଟତମ ବ୍ୟକ୍ତିଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି ।

Advertisment

ମାରିନା ୟାଙ୍କିନାଙ୍କ ବୟସ ୫୮ ବର୍ଷ । ସେ ପିଟର୍ସବର୍ଗର ଜାମ୍ଶିନା ଷ୍ଟ୍ରିଟରେ ରହୁଥିଲେ । ପ୍ରାଥମିକ ତଦନ୍ତରୁ ୟାଙ୍କିନା ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଗତବର୍ଷ ଡିସେମ୍ବରରେ ରାୟଗଡା ଗସ୍ତରେ ଆସିଥିବା ରୁଷର ଦୁଇ ପର୍ଯ୍ୟଟକ ଭ୍ଲାଦିମିର ବିଦେନୋଭ ଓ ପାଭେଲ୍ ଆନ୍ତୋଭଙ୍କ ସନ୍ଦେହଜନକ ମୃତ୍ୟୁ ଘଟଥିଲା । ପାଭେଲ୍ ଋଷର ଜଣେ ସାଂସଦ ଥିଲେ । ସେ ରାୟଗଡା ଗସ୍ତରେ ଆସିଥିବା ବେଳେ ହୋଟେଲରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ ।