ମହାକାଶରେ ହେବ ଫିଲ୍ମ ସୁଟିଂ : ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନକୁ ଗଲା ଋଷିଆ ମହାକାଶ ଯାନ

ଅଭିନେତ୍ରୀ ଓ ନିର୍ଦ୍ଦେଶକଙ୍କୁ ଧରି ସ୍ପେଶ କ୍ରାପ୍ଟ ସୋୟୁଜ ଏମ-୧୯ର ଯାତ୍ରା; ସୁଟିଂ ହେବ ଚଳଚ୍ଚିତ୍ର ‘ଚ୍ୟାଲେଂଜ’

138

କନକ ବ୍ୟୁରୋ : ମହାକାଶରେ ଶୁଭିବ ଲାଇଟ୍, କ୍ୟାମେରା ଓ ଆକ୍ସନର ଶବ୍ଦ । ବିଶ୍ୱ ଦେଖିବ ସ୍ପେସରେ ଫିଲ୍ମ ସୁଟିଂର ଦୃଶ୍ୟ । ମହାକାଶ ଇତିହାସରେ ପ୍ରଥମ ଥର ରୁଷିଆ ଏଭଳି ବିରଳ ରେକର୍ଡର ଅଧିକାରୀ ହେବାକୁ ଯାଉଛି । ଫିଲ୍ମ ‘ଚ୍ୟାଲେଂଜ’ର ସୁଟିଂ ପାଇଁ ରୁଷିଆ ସ୍ପେସକ୍ରାଫ୍ଟ ସୋୟୁଜ୍ ଏମଏସ୍-୧୯ ମାଧ୍ୟମରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନକୁ ଯାଇଛନ୍ତି ଅଭିନେତ୍ରୀ ୟୁଲିଆ ପେରେସିଲ୍ଡ ଏବଂ ନିର୍ଦ୍ଦେଶକ କ୍ଲିମ୍ ଶିପେନକୋ ।

ମହାକାଶଚାରୀ ଆନଟୋନ୍ ଶ୍ଲାପ୍ଲେରୋଭ ମଧ୍ୟ ସ୍ପେସକ୍ରାଫ୍ଟରେ ଯାଇଛନ୍ତି । କାଜାଖସ୍ତାନର ବୈକୋନୁରସ୍ଥିତ ରୁଷିଆର ସ୍ପେସ ଲଂଚ ଷ୍ଟେସନରୁ ଏହି ମହାକାଶ ଯାନ ବାହାରି ପୃଥିବୀ କକ୍ଷପଥରେ ପହଂଚିଛି । ୧୨ ଦିନ ରହିବା ପରେ ସେମାନେ ଭୁପୃଷ୍ଠକୁ ଫେରିବେ । ଜଣେ ମହିଳା ଡାକ୍ତରଙ୍କ କାହାଣୀ ଉପରେ ଚଳଚିତ୍ର ‘ଚ୍ୟାଲେଂଜ’ ଆଧାରିତ । ଜଣେ ମହାକାଶଚାରୀ ଅସୁସ୍ଥ ହୋଇପଡ଼ିବାରୁ ଡାକ୍ତରଙ୍କୁ ସ୍ପେସ୍ ଯିବାକୁ ପଡ଼ୁଛି ।