କନକ ବ୍ୟୁରୋ: ମସ୍କୋର ଏକ କୋର୍ଟ ଫେସବୁକ୍ ଓ ଇନଷ୍ଟାଗ୍ରାମ ଉପରେ କଡା ପ୍ରତିବନ୍ଧକ ଲଗାଇଛନ୍ତି । ଏହି ଦୁଇ ସୋସିଆଲ ମିଡିଆ ହିଂସକ ବିଚାର ଗୁଡିକୁ ପ୍ରମୋଟ କରୁଥିବା ଅଭିଯୋଗ କରି ସ୍ଥାନୀୟ ଅଧିକାରୀଗଣ ଏସବୁ ସୋସିଅଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ । ଏହି ମାମଲାର ବିଚାର କରି କୋର୍ଟ ଏହି ପ୍ରତିବନ୍ଧକ ଲଗାଇଛନ୍ତି ।
ଫେସବୁକ ଓ ଇନଷ୍ଟାଗ୍ରାମକୁ ଋଷ ସେନା ବିରୋଧରେ ପ୍ରଚାର ପ୍ରସାର କରିବାକୁ ବ୍ୟବହାର କରାଯାଉଥିବା ଋଷର ଏକ ଗୁଇନ୍ଦା ଏଜେନ୍ସି କହିଛି । ଅନ୍ୟପଟେ ଆମେରିକାର କମ୍ପାନୀ ମେଟା ୟୁକ୍ରେନ ଲୋକଙ୍କ ଉପରେ କୌଣସି ପ୍ରତିବନ୍ଧକ ନଲଗାଇବାକୁ ନିର୍ଦ୍ଦେଶ ଦେଇଛି । ଏହାସହ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ହେଉଥିବା ସମସ୍ତ ପୋଷ୍ଟକୁ ମଧ୍ୟ ପ୍ରମୋଟ କରିବାକୁ ଆମେରିକା ମେଟା କହିଥିଲା ।

Advertisment

ମେଟାର ଏପରି ଘୋଷଣା ପରେ ଋଷର ଗଣମାଧ୍ୟମ ରେଗ୍ୟୁଲେଟର ଫେସବୁକ ଓ ଇନଷ୍ଟାଗ୍ରାମକୁ ଦେଶରେ ବ୍ୟାନ କରିଦେଇଛନ୍ତି । ୱାଟ୍ସଆପ୍ ମେଟାର ଏକ ଅଂଶ ହୋଇଥିବାବେଳେ ଏହା ଉପରେ କିନ୍ତୁ ଋଷ ସରକାର କୌଣସି ପ୍ରତିବନ୍ଧକ ଲଗାଇନାହାଁନ୍ତି । ହ୍ୱାଟ୍ସଆପ୍ ପ୍ରଚାର କରିବାରେ ଏତେ ସକ୍ରିୟ ନୁହେଁ । ତେଣୁ ଏହା ଉପରେ ପ୍ରତିବନ୍ଧକ ଲଗାଇବାରେ କୌଣସି ଅବଶ୍ୟକତା ନାହିଁ ବୋଲି ଋଷ ପକ୍ଷରୁ କୁହାଯାଇଛି । କହିରଖୁଁ ପୂର୍ବରୁ ୟୁଟ୍ୟୁବ ଉପରେ ମଧ୍ୟ ଋଷ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଥିଲା । ହେଲେ ଓଲଟା ୟୁଟ୍ୟୁବ୍ ଋଷ କମ୍ପାନୀ ଓ ଟିଭି ଚ୍ୟାନେଲ ଗୁଡିକ ଉପରେ ଅନେକ ପ୍ରକାରର କଟକଣା ଲଗାଇଛି ।