କନକ ବ୍ୟୁରୋ: ବରଯାତ୍ରୀ ନେଇ ଋଷରୁ ଆସିଲେ ଭାରତରେ ବାହାହେଲେ । ତାହା ପୁଣି ୩ ଯୋଡା ଋଷ ବରକନ୍ୟାଙ୍କ ବିବାହ ବୈଦିକ ରୀତିନୀତିରେ ମନ୍ତ୍ରପାଠ ଭିତରେ ହରିଦ୍ୱାର ଅଖଣ୍ଡ ପରମଧାମ ଆଶ୍ରମରେ ସମ୍ପନ୍ନ ହୋଇଛି ।

Advertisment

ଖାସ୍ କଥା ହେଉଛି । ୩ ଯୋଡିଙ୍କ ମଧ୍ୟରୁ ଦୁଇ ଯୋଡି ଦମ୍ପତ୍ତି ପୂର୍ବରୁ ବିବାହିତ ହୋଇଥିବାବେଳେ ଅନ୍ୟ ଦମ୍ପତ୍ତି ପ୍ରଥମ ଥର ପାଇଁ ବିବାହରେ ବାନ୍ଧି ହେଲେ । ସେମାନେ ସୁଦୂର ଋଷର ହୋଇଥିଲେ ବି ଭାରତୀୟ ପରମ୍ପରା ଓ ସଂସ୍କୃତିରେ ସେମାନଙ୍କର ବେଶ୍ ଶ୍ରଦ୍ଧା । ବିଶେଷ କରି ଭାରତୀୟ ବିବାହ ଶୈଳୀ ସେମାନଙ୍କୁ ଭାରୀ ଆକୃଷ୍ଟ କରିଥିବାରୁ ସେମାନେ ଭାରତ ଆସି ବୈଦିକ ରୀତିରେ ବିବାହ କରିବାକୁ ଇଚ୍ଛା କରିଥିଲେ । ତେଣୁ ହରିଦ୍ୱାର ଆସି ବିବାହ କଲେ । ଆଶ୍ରମର ମହାମଣ୍ଡଳେଶ୍ୱର ପୁଷ୍ପ ପକାଇ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ ।