ରୁଷିଆରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ୟୁକ୍ରେନ ବିରୋଧରେ ଯୁଦ୍ଧରେ ଅଂଶଗ୍ରହଣ କରିବା ପରେ କ୍ଷମା କରାଯାଇଛି ।  

ପ୍ରେମିକ ଭ୍ଲାଡିସ୍ଲାଭ୍ କାନିୟସ୍ ନିଜର ପ୍ରେମିକା ଭେରା ପେକ୍ଟେଲେଭାଙ୍କୁ ୩ ଘଣ୍ଟା ନିର୍ଯାତନା ଦେଇଥିଲେ ତାପରେ ତାଙ୍କୁ ବଳାତ୍କାର କରିଥିଲେ ଏବଂ ପରେ ତୀକ୍ଷ୍ଣ ଅସ୍ତ୍ରରେ ତାଙ୍କୁ ୧୧୧ ଥର ଆକ୍ରମଣ କରିଥିଲେ। ଏତିକିରେ ମନ ବୁଝିନଥିଲା ଯେ ତାପରେ ବେକରେ କେବୁଲ ଗୁଡ଼େଇ ହତ୍ୟା କରିଥଲେ ।

ରୁଷର ଭ୍ଲାଡିସ୍ଲାଭ କାନିୟସ୍ (୨୭) ନାମକ ଏହି ବ୍ୟକ୍ତିକୁ ‘କନଭିକ୍ଟ ରୀକୃଟମେଣ୍ଟ’ ନୀତି ଅନୁସାରେ  ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଲଢିବାପାଇଁ ରାଜି ହେବାରୁ ମୁକ୍ତ କରାଯାଇଥିଲା ଏବଂ ତାପରେ ତାକୁ ସୈନ୍ୟବାହିନୀରେ ନିଯୁକ୍ତ କରାଯାଇଥିଲା । ରିପୋର୍ଟ ଅନୁଯାୟୀ ସେ ତାଙ୍କର ୨୩ ବର୍ଷିୟା ଗର୍ଲଫ୍ରେଣ୍ଡ ଭେରା ପେକ୍ଟେଲେଭାଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ଗତ ବର୍ଷ ଭ୍ଲାଡିସ୍ଲାଭ କାନୁସଙ୍କୁ ୧୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । କିନ୍ତୁ ସେ ମାତ୍ର ବର୍ଷେ କାରାବାସ ଭୋଗି ଏବେ ମୁକ୍ତ ହୋଇଛନ୍ତି । ଏବଂ ବର୍ତ୍ତମାନ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଭେରା କାନିୟସଙ୍କ ସହ ବ୍ରେକ ଅପ କରିଦେଇଥିଲେ । ସେଥିପାଇଁ କାନିୟସ ରାଗିଯାଇ ତାଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଥିଲେ । ଭ୍ଲାଡିସ୍ଲାଭ୍ କାନିୟସ୍ ଭେରା ପେକ୍ଟେଲେଭାଙ୍କୁ ଦୀର୍ଘ ୩  ଘଣ୍ଟା ଧାରୀ ନିର୍ଯାତନା ଦେଇଥିଲା , ତାଙ୍କୁ ବଳାତ୍କାର କରିଥିଲେ ଏବଂ ପରେ ତୀକ୍ଷ୍ଣ ଅସ୍ତ୍ରରେ ତାଙ୍କୁ ୧୧୧  ଥର ଆକ୍ରମଣ କରିଥିଲା । ଏତିକିରେ ତାର ନିର୍ଦ୍ଦୟତା ସରି ନଥିଲା । ଏହାପରେ ସେ ଭେରାଙ୍କ ବେକକୁ ଏକ ଲୁହା କେବୁଲରେ ଚାପି ହତ୍ୟା କରିଥିଲା । ଭେରାଙ୍କ ମା ଅକ୍ସାନା କହିଛନ୍ତି ଯେ ତାଙ୍କ ଝିଅର ହତ୍ୟାକାରୀ ଏପରିଭାବେ ମୁକ୍ତ ହେଇଯିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପରି ନୃଶଂସ ହତ୍ୟାକାରୀକୁ ଜେଲରୁ ବାହାର କରିବା କେବେ ବି ଠିକ କଥା ନୁହେଁ । ଝିଅର ମା କହିଲେ ମୋ ଜୀବନପ୍ରତି ବିପଦ ଅଛି ସେ କହିଛନ୍ତି, 'ମୁଁ ଜୀବିତ ନୁହେଁ, କେବଳ ମୋର ଅସ୍ତିତ୍ୱ ଦୃଶ୍ୟମାନ ହେଉଛି। ଏହା (ମୋଝିଅର ହତ୍ୟାକାରୀକୁ ନିର୍ଦ୍ଦୋଷରେ ଖଲାସ କରିବା) ମୋତେ ବହୁତ କଷ୍ଟ ଦେଇଛି । ମୋତେ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଛି । ମୁଁ ଜଣେ ଅତି ସାହସୀ ମହିଳା, କିନ୍ତୁ ଆମ ଦେଶର ଏହି ଅନୈତିକତା ମୋତେ ଗଭୀର ଆଘାତ ଦେଇଛି’।  ଭବିଷ୍ୟତରେ କଣ କରିବାକୁ ବାକି ଅଛି ମୁଁ ଜାଣେ ନାହିଁ । ଜଣେ ନିର୍ଦ୍ଦୟ ହତ୍ୟାକାରୀଙ୍କୁ କିପରି ଅସ୍ତ୍ର ଦିଆଯାଇପାରିବ ? ରୁଷର ସୁରକ୍ଷା ପାଇଁ ତାଙ୍କୁ କାହିଁକି ଯୁଦ୍ଧ ସାମ୍ମୁଖ୍ୟକୁ ପଠାଗଲା ? ସେ ମଣିଷ ନୁହେଁ , ସେ ଗୋଟେ ଶଇତାନ ।  ସେ (ହତ୍ୟାକାରୀ) ପ୍ରତିଶୋଧ ନେବାକୁ ଯେ କୌଣସି ମୁହୂର୍ତ୍ତରେ ଆମ ମଧ୍ୟରୁ କାହାକୁ ହତ୍ୟା କରିପାରନ୍ତି ।  ମୋ ଜୀବନ ପ୍ରତି ମଧ୍ୟ ତା ଠାରୁ ବିପଦ ଆଶଙ୍କା ଅଛି। ରାଷ୍ଟ୍ରପତିଙ୍କ ଏହି ନିଷ୍ପତିକୁ କ୍ରେମଲୀନ ମୋହର ମାରିଛି ମହିଳା ଅଧିକାର କର୍ମୀ ଆଲିଓନା ପପୋଭା କହିଛନ୍ତି ଯେ ୟୁକ୍ରେନ ସୀମାନ୍ତରେ ଥିବା ଭ୍ଲାଡିସ୍ଲାଭ କାନୁସଙ୍କୁ ମୁକ୍ତ କରିବା ଏବଂ ଦକ୍ଷିଣ ରୁଷର ରୋଷ୍ଟୋଭକୁ ସ୍ଥାନାନ୍ତର କରିବା କଥା ଜେଲ କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି । ସେ ଏକ ସରକାରୀ ଚିଠି ଦେଖାଇଥିଲେ, ଯେଉଁଥିରେ ଲେଖାଥିଲା, 'କାନୁସଙ୍କୁ କ୍ଷମା କରାଯାଇଛି ଏବଂ ଏପ୍ରିଲ ୨୭ ରେ ରାଷ୍ଟ୍ରପତିଙ୍କ ଆଦେଶ ଅନୁଯାୟୀ ତାଙ୍କ ଦଣ୍ଡାଦେଶ ମଧ୍ୟ ଶେଷ ହୋଇଛି । ଏହି ସମୟରେ, AFP ରିପୋର୍ଟ ଅନୁଯାୟୀ, କ୍ରେମଲିନ୍ ମୁଖପାତ୍ର ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏହି ବିବାଦୀୟ ନିଷ୍ପତ୍ତିକୁ ରକ୍ଷା କରି କହିଛନ୍ତି ଯେ ୟୁକ୍ରେନରେ ଯୁଦ୍ଧ କରିବାକୁ ପଠାଯାଇଥିବା ରୁଷୀୟ ବନ୍ଦୀମାନେ ଦେଶପାଇଁ ନିଜର ରକ୍ତ ଦେଇ  ସେମାନଙ୍କ ଅପରାଧର ପ୍ରାୟଶ୍ଚିତ କରୁଛନ୍ତି ।